24.1 C
Bhubaneswar
Tuesday, March 17, 2026
Homeଓଡିଶାଜନତାର ସ୍ୱପ୍ନ ପୂରଣ କରନ୍ତୁ: ରାଷ୍ଟ୍ରପତି

ଜନତାର ସ୍ୱପ୍ନ ପୂରଣ କରନ୍ତୁ: ରାଷ୍ଟ୍ରପତି

ଭୁବନେଶ୍ୱର: ଓଡିଶା ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ । ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅବିଭାଷଣରେ ଲୋକ ପ୍ରତିନିଧିଙ୍କୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି । ପରାମର୍ଶ ଦେଇ ମହାମହିମ କହିଛନ୍ତି ଯେ ଜନଗଣ ଭାଗ୍ୟବିଧାତା, ସେମାନଙ୍କ ହାତରେ ଅସୀମ କ୍ଷମତା ରହିଛି । ଶାସନ ଜନଗଚ୍ଚ ହାତରେ, ଆପଣ ସେମାନଙ୍କ ପ୍ରତିନିଧି । କେତେ ଆଶା ବିଶ୍ୱାସ ନେଇ ସେମାନେ ଆପଣଙ୍କୁ ପଠାଇଛନ୍ତି । ସେମାନଙ୍କର ଆଶା, ସ୍ୱପ୍ନ ପୂରଣ କରିବା ଆପଣଙ୍କ କର୍ତ୍ତବ୍ୟ । ସେମାନଙ୍କର ଆଶା, ସ୍ୱପ୍ନ ପୂରଣ କରିବା ଆପଣଙ୍କ କର୍ତ୍ତବ୍ୟ । ଆପଣ ଏପରି କାର୍ଯ୍ୟ କରିବେ ଯାହା ଲୋକଙ୍କ ହିତ ପାଇଁ ଆସିବ । ଜନ ପ୍ରତିନିଧି ଭାବେ ଆପଣ ସମାଜରେ ଚିହ୍ନା ମୁହଁ । ଆପଣ କଣ କରୁଛନ୍ତି, କହୁଛନ୍ତି ଜାଣିବାକୁ ଉତ୍ସୁକତା ଥାଏ । ତେଣୁ ଆପଣଙ୍କ ଆଚରଣ ଓ ଉଚ୍ଚାରଣ ବହୁତ ମୂଲ୍ୟବାନ । ଆପଣ ଯାହା କରିବେ, ଜନତା ତାହାକୁ ଫଲୋ କରିବେ । ଗୃହରେ ଆପଣ କଣ କରୁଛନ୍ତି, ତାହା ସମସ୍ତେ ଜାଣି ପାରୁଛନ୍ତି । ଗୃହରେ ଓ ଗୃହ ବାହାରେ ଆପଣଙ୍କ ଆଚରଣ ଠିକ୍ ରହିବା ଦରକାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking