17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶକ୍ଷମା ମାଗିଲେ ପଳାତକ ଜାକିର ନାଏକ

କ୍ଷମା ମାଗିଲେ ପଳାତକ ଜାକିର ନାଏକ

ଇସଲାମାବାଦ: ପଳାତକ ଇସଲାମ ପ୍ରଚାରକ ଜାକିର ନାଏକ ବର୍ତ୍ତମାନ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ) ଉପରେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି। ପାକିସ୍ତାନରେ ଜାକିରଙ୍କ ବିବୃତ୍ତିକୁ ସାରା ଦେଶରେ ତୀବ୍ର ସମାଲୋଚନା କରାଯାଉଛି। ଏହି ସପ୍ତାହ ପୂର୍ବରୁ ସୋସିଆଲ ମିଡିଆରେ ନାଏକଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଗତ ମାସରେ ପାକିସ୍ତାନ ଗସ୍ତ ସମୟରେ ଅତିରିକ୍ତ ବ୍ୟାଗେଜ ଫି ଆଦାୟ କରି ପିଏଆଇକୁ ପରିହାସ କରୁଥିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ଜାକିର କହିଥିଲେ ମୁଁ ପାକିସ୍ତାନ ଆସୁଥିଲି ଏବଂ ଆମର ଲଗେଜ ୧୦୦୦ କିଲୋଗ୍ରାମ ଥିଲା। ମୁଁ ପିଆଇଏର ସିଇଓଙ୍କ ସହ କଥା ହେଲି। ଷ୍ଟେଶନ ମ୍ୟାନେଜର ମୋତେ କହିଥିଲେ ଯେ ସେ ମୋ ପାଇଁ କିଛି କରିବାକୁ ପ୍ରସ୍ତୁତ ଅଛନ୍ତି। ମୁଁ ଉତ୍ତର ଦେଲି, ମୋର ୫୦୦ କିଲୋଗ୍ରାମରୁ ୬୦୦ କିଲୋଗ୍ରାମ ଅତିରିକ୍ତ ଲଗେଜ ଅଛି। ସେମାନେ ମୋତେ ୫୦ ପ୍ରତିଶତ ରିହାତି ପ୍ରଦାନ କରିଥିଲେ। ମୁଁ ସେମାନଙ୍କୁ ସ୍ପଷ୍ଟ ଭାବରେ କହିଲି ଏହାକୁ ମାଗଣାରେ ଦିଅ କିମ୍ବା ଛାଡିଦିଅ। ଭାରତରେ ମୋତେ ମାଗଣା ଛାଡି ଦିଆଯାଉଛି ଯେହେତୁ ସେମାନେ ମୋତେ ଦେଖିବା କ୍ଷଣି ୧୦୦୦-୨୦୦୦ କିଲୋଗ୍ରାମ ଓଜନ ଛାଡନ୍ତି ଏବଂ ପାକିସ୍ତାନରେ ଯେଉଁଠାରେ ମୁଁ ଜଣେ ସରକାରୀ ଅତିଥି, ମୋତେ ୫୦ପ୍ରତିଶତ ଛାଡ ପ୍ରଦାନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking