19.1 C
Bhubaneswar
Saturday, December 28, 2024
Homeଓଡିଶାଫଳରସ ନା  ଫଳ : ସ୍ୱାସ୍ଥ୍ୟ ପାଇଁ କିଏ ହିତକାର  ଜାଣନ୍ତୁ..

ଫଳରସ ନା  ଫଳ : ସ୍ୱାସ୍ଥ୍ୟ ପାଇଁ କିଏ ହିତକାର  ଜାଣନ୍ତୁ..

ଭୁବନେଶ୍ୱର:  ଫଳରସ ସ୍ୱାସ୍ଥ୍ୟ ପାଇଁ ହିତକାର । ଯାହା ସମସ୍ତ ପ୍ରକାର ପ୍ରୋଟିନ , ମିନେରାଲ୍ସ , ଭିଟାମିନ ମିଳିଥାଏ ।  ଯାହା ଆମ ଶରୀର ପାଇଁ ନିତାନ୍ତ ଆବଶ୍ୟକ । ଏହା ସହିତ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ସକ୍ରିୟ ରଖେ । ରୋଗରୁ ମୁକ୍ତି ପାଇବା ପାଇଁ ଡାକ୍ତର ଫଳରସ ପିବା ପାଇଁ ପରାମର୍ଶ ଦେଇଥାନ୍ତି । ହେଲେ କିଛି ଫଳରସ ଅଛି ଯାହା  ଆମ ସ୍‌ଭାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । କମଳା ରସ ପିଇବା ଦ୍ୱାରା ଶରୀରରେ ଗ୍ଲୁକୋଜ ବୃଦ୍ଧି ହୋଇଥାଏ ଏବଂ ରକ୍ତରେ ଶର୍କରା ମଧ୍ୟ ବଢିଥାଏ । ଏଭଳି ପରିସ୍ଥିତିରେ   କମଳା ରସ ସେବନ କରିବା ଦ୍ୱାରା   ଜଣେ ବ୍ୟକ୍ତି ମଧୁମେହ ରୋଗର ଶିକାର ହୋଇପାରନ୍ତି । ବଜାରରେ ବିକ୍ରି ହୋଇଥିବା କମଳା ରସ ଅଧିକ ବିପଦ କାରଣ ସେଥିରେ ଚିନି ମିଶିଥାଏ । ଫଳ ରସ ଅପେକ୍ଷା  ଫଳ ଖାଇବା ଭଲ କାହିଁକି ଆସନ୍ତୁ ଜାଣିବା । ଫଳଗୁଡିକରେ  ଫାଇବର , ଭିଟାମିନ ଏବଂ ମିନେରାଲ୍ସ ଥାଏ । ଯାହା ଶରୀର ପାଇଁ ଭଲ ହୋଇଥାଏ । ଫଳରସ ପିଇବା ପରେ ପେଟ ଦୀର୍ଘ ସମୟ ଯାଏ ଫୁଲି ରହେ । ଏହା ସହିତ ହୃଦରୋଗ , କର୍କଟ ରୋଗ ଏବଂ  ମଧୁମେହ  ସହିତ ଅନେକ ରୋଗର କାରଣ ହୋଇପାରେ । କୌଣସି ଫଳ ରସ ୧ ଗ୍ଲାସରୁ ଅଧିକ  ପିଅନ୍ତୁ ନାହିଁ । ଫଳ ରସରେ ଅଳ୍ପ ଟିକେ ପାଣି ମିଶାଇ ପତଳା କରି ପିଅନ୍ତୁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking