33.1 C
Bhubaneswar
Thursday, February 26, 2026
Homeଓଡିଶାଆଜିଠୁ ଶ୍ରୀମନ୍ଦିର​‌ରେ ଦୋଳୋତ୍ସବ ନୀତି

ଆଜିଠୁ ଶ୍ରୀମନ୍ଦିର​‌ରେ ଦୋଳୋତ୍ସବ ନୀତି

ପୁରୀ: ବଡ଼ଦେଉଳରେ ଫଗୁ ଦଶମୀରୁ ମହାପ୍ରଭୁଙ୍କ ଦୋଳ ମହୋତ୍ସବ ଆରମ୍ଭ ହେବ । ଏହି ଅବସରରେ ଠାକୁରଙ୍କ ଚାଚେରୀ ବେଶ ଓ ଚାଚେରୀ ଭୋଗ ହେବ । ଦାରୁଦିଅଁମାନେ ଲାଲ୍ ବସ୍ତ୍ର ପରିଧାନ କରି ବହୁମୂଲ୍ୟ ଅଳଙ୍କାରରେ ଭୂଷିତ ହେବେ । ଏହି ବେଶରେ ଠାକୁର ଠାକୁରାଣୀଙ୍କୁ ଝିମିରି ଫଗୁ ଲାଗି କରାଯିବ । ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ଜଗନ୍ନାଥବଲ୍ଲଭ ମଠରେ ବିଜେ ହେବେ । ସେଠାରେ ଦୋଳତ୍ସୋବ ନୀତି ପାଳନ ହେବ । ଶ୍ରୀମନ୍ଦିର, ବଡ଼ଦାଣ୍ଡ ଓ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଭକ୍ତଙ୍କ ଭିଡ଼ ଲାଗିବ । ଅବିର ରଙ୍ଗରେ ଏକାକାର ହେବେ ଭଗବାନ ଓ ଭକ୍ତ । ଫଗୁଦଶମୀରେ ମଧ୍ୟାହ୍ନ ଧୂପ ପରେ ଠାକୁରଙ୍କ ବିଶେଷ ନୀତି ଅନୁଷ୍ଠିତ ହେବ । ତିନି ବାଡ଼ରେ ଝିମିରି ଫଗୁ ଅଞ୍ଜଳି କରାଯିବ । ବଡ଼ଦାଣ୍ଡସ୍ଥିତ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ମଧ୍ୟ ଦେବଦେବୀଙ୍କ ଫଲ୍‌ଗୁ ଅଞ୍ଜଳି, ପ୍ରସାଦ ଲାଗି, ବନ୍ଦାପନା, ଚାମର ଓ ପନ୍ତି ଭୋଗ ଅର୍ପଣ ନୀତି ସମ୍ପାଦନ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking