22.1 C
Bhubaneswar
Wednesday, January 29, 2025
Homeଓଡିଶାଏଣିକି ମନ୍ତ୍ରୀମାନେ ଜିଲ୍ଲା କଥା ବୁଝିବେ : ୩୦ ଜିଲ୍ଲା ଦାୟିତ୍ୱରେ ୨ ଉପମୁଖ୍ୟମନ୍ତ୍ରୀ ଓ...

ଏଣିକି ମନ୍ତ୍ରୀମାନେ ଜିଲ୍ଲା କଥା ବୁଝିବେ : ୩୦ ଜିଲ୍ଲା ଦାୟିତ୍ୱରେ ୨ ଉପମୁଖ୍ୟମନ୍ତ୍ରୀ ଓ ୧୩ ମନ୍ତ୍ରୀ

ଭୁବନେଶ୍ୱର : ଏଣିକି ମନ୍ତ୍ରୀମାନେ ଜିଲ୍ଲା କଥା ବୁଝିବେ । ପ୍ରଶାସନକୁ ଅଧିକ କ୍ରିୟାଶୀଳ କରି ବିକାଶ କାର୍ଯ୍ୟକୁ ଆଗେଇ ନେବା ଓ ଲୋକଙ୍କ ସମସ୍ୟାର ତ୍ୱରିତ୍ ସମାଧାନ ପାଇଁ ନିଜ ମନ୍ତ୍ରିପରିଷଦ ସହଯୋଗୀଙ୍କୁ ଆଜି ଦାୟିତ୍ୱ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ‘ଜିଲ୍ଲା ପ୍ରଭାରୀ ମନ୍ତ୍ରୀ’ ଭାବେ ନାମିତ କରାଯାଇ ସେମାନଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ଅନ୍ୟ ୧୩ଜଣ ମନ୍ତ୍ରୀଙ୍କୁ ମୋଟ ୩୦ଟି ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ କରିଛନ୍ତି ।
୧) ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ-କଟକ ଓ ଜଗତସିଂହପୁର
୨) ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା – ବାଲେଶ୍ୱର ଓ ଭଦ୍ରକ
୩) ସୁରେଶ ପୂଜାରୀ – ସୁନ୍ଦରଗଡ଼ ଓ ଦେବଗଡ଼
୪) ରବି ନାଏକ – ସୋନପୁର ଓ ବଲାଙ୍ଗୀର
୫) ନିତ୍ୟାନନ୍ଦ ଗଣ୍ଡ – ମୟୁରଭଞ୍ଜ ଓ କେନ୍ଦୁଝର
୬) କୃଷ୍ଣ ପାତ୍ର- ଅନୁଗୋଳ ଓ ସମ୍ବଲପୁର
୭) ପୃଥ୍ୱୀରାଜ ହରିଚନ୍ଦନ – ଗଞ୍ଜାମ ଓ ଗଜପତି
୮) ମୁକେଶ ମହାଲିଙ୍ଗ – ଝାରସୁଗୁଡ଼ା ଓ ବରଗଡ଼
୯) ବିଭୁତି ଜେନା – ନବରଙ୍ଗପୁର ଓ ରାୟଗଡ଼ା
୧୦) କୃଷ୍ଣ ମହାପାତ୍ର – କନ୍ଧମାଳ ଓ ବୌଦ୍ଧ
୧୧) ଗଣେଶ ରାମ ସିଂ ଖୁଣ୍ଟିଆ – କଳାହାଣ୍ଡି ଓ ନୂଆପଡ଼ା
୧୨) ସୂର୍ଯ୍ୟବଂଶୀ ସୂରଜ – ଯାଜପୁର ଓ କେନ୍ଦ୍ରାପଡ଼ା
୧୩) ପ୍ରଦୀପ ବଳସାମନ୍ତ – ଖୋର୍ଦ୍ଧା ଓ ନୟାଗଡ଼
୧୪) ଗୋକୁଳାନନ୍ଦ ମଲ୍ଲିକ – କୋରାପୁଟ ଓ ମାଲକାନଗିରି
୧୫) ସମ୍ପଦ ଚନ୍ଦ ସ୍ୱାଇଁ – ଢ଼େଙ୍କାନାଳ ଓ ପୁରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking