ଯାଜପୁର : ଗଛ ଲଗାଇ ବନ୍ଧୁତା ଦିବସ ପାଳନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟ ସଦସ୍ୟା। ଯାଜପୁର ଜିଲ୍ଲା କୋରାଇ ବ୍ଳକ ଅନ୍ତର୍ଗତ ବନ୍ଦାଳୋ ପଞ୍ଚାୟତର ସ୍ଵେଚ୍ଛାସେବୀ ସଙ୍ଗଠନ ଜୟ ମହାକାଳ ଫାଉଣ୍ଡେସନ ର ସଦସ୍ୟ ସଦସ୍ୟା ମାନେ ଏକାଠି ହୋଇ ବନ୍ଧୁତା ଦିବସ ଅବସରରେ ଶତାଧିକ ଗଛ ଲଗାଇଛନ୍ତି। ବନ୍ଦାଳୋ ପଞ୍ଚାୟତ ନିକଟରେ ପ୍ରବାହିତ ହେଉଥିବା ବୈତରଣୀ ନଦୀ ପଠା ଓ ପାଖ ଅଞ୍ଚଳରେ ବୃକ୍ଷରୋପଣ କରିଛନ୍ତି। ଗଛ ହିଁ ଆମର ପ୍ରକୃତ ବନ୍ଧୁ ଓ ଗଛ ହିଁ ଆମର ଜୀବନ ଏହି ବାର୍ତ୍ତା ଦେଇ କାର୍ଯ୍ୟକ୍ରମଟି ଆରମ୍ଭ ହୋଇଥିଲା । ବର୍ତ୍ତମାନ ସମୟରେ ଜଣେ ବନ୍ଧୁଟିଏ ପ୍ରତାରଣା କରିପାରେ, ଅସମୟରେ ସାହାଯ୍ୟ ନ କରି ପାରେ ହେଲେ ଗୋଟିଏ ଗଛ କେବେ ଆମ ସହ ପ୍ରତାରଣା କରି ନଥାଏ । ଶେଷ ପର୍ଯ୍ୟନ୍ତ ସାହାଯ୍ୟ କରୁଥାଏ ଗଛଟିଏ । ଫାଉଣ୍ଡେସନର ସଦସ୍ୟ ବୃକ୍ଷରୋପଣ କରିବା ସହ ବୃକ୍ଷରୋପଣର ମହାତ୍ମ୍ୟ ବିଷୟରେ ପାଖ ଗାଆଁ ଲୋକଙ୍କୁ ବୁଝାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ବହୁ ସଂଖ୍ୟକ ସଦସ୍ୟ ସଦସ୍ୟା ତଥା ସଭାପତି ମନୋଜ କୁମାର ଦାସ, ସଦସ୍ୟ ଲୋକନାଥ ସେନାପତି, ପ୍ରଦୀପ ଯେନା , ଶୁଭଶ୍ରୀ ସାହୁ, ଶ୍ରଦ୍ଧାଞ୍ଜଳି ସାହୁ, ପୂଜାରାଣୀ ବେହେରା, ଶୁଭଶ୍ରୀ ସେନାପତି, ପ୍ରାର୍ଥନା ଦାସ୍ ଆଦି ଉପସ୍ଥିତ ଥିଲେ । ଏହା ସହ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଗୋପୀନାଥ ପୃଷ୍ଟି ଓ ଅନ୍ୟାନ୍ୟ ଯୁବବର୍ଗ ଆଦି ବୃକ୍ଷରୋପଣ କରି ଗଛ କୁ ଆମର ପ୍ରକୃତ ବନ୍ଧୁ ବୋଲି ଆପଣେଇବା ସହ କାର୍ଯ୍ୟକ୍ରମଟିକୁ ସଫଳ କରିଛନ୍ତି ।