ଆନନ୍ଦପୁର: ଆନନ୍ଦପୁରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ମୋବାଇଲ ପାଇଁ ସାଙ୍ଗର ଜୀବନ ନେଇଛି ସାଙ୍ଗ ନିଖୋଜର ୪ ଦିନ ପରେ ନାବାଳକଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର । ସୋସୋ ଥାନା ରାଇଘାଟି ଗାଁ ଜଙ୍ଗଲରୁ ନାବାଳକଙ୍କର ମୃତଦେହ ଉଦ୍ଧାର ହୋଇଛି । ତେବେ ମୋବାଇଲ ପାଇଁ ନିଜ ସାଙ୍ଗକୁ ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପରିବାରର ଅଭିଯୋଗ ପରେ ନାବାଳକ ସାଙ୍ଗକୁ ଅଟକ ରଖିଛି ପୋଲିସ । ତେବେ କଉଁ କାରଣରୁ ଏହି ହତ୍ୟା ହୋଇଛି ଏବଂ କିଏ କାହିଁକି କରିଛି, ସେନେଇ ତଦନ୍ତ କରୁଛି ପୋଲିସ ।










