25.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶସାଙ୍ଗଙ୍କୁ ଛୁରୀ ଭୁସି ହତ୍ୟା କଲା ସାଙ୍ଗ

ସାଙ୍ଗଙ୍କୁ ଛୁରୀ ଭୁସି ହତ୍ୟା କଲା ସାଙ୍ଗ

କର୍ଣ୍ଣାଟକ: କର୍ଣ୍ଣାଟକର ବେଲାଗାଭିରେ ଏକ ଅଭାବନୀୟ ଘଟଣା ଘଟିଛି । ଭୋଜି ଖାଇବାକୁ ଯାଇ ଶବ ହୋଇ ଫେରିଲା ସାଙ୍ଗ । ସାଙ୍ଗର ବାହାଘର ଭୋଜିରେ ସାମିଲ ହୋଇଥିବା ଜଣେ ୩୦ ବର୍ଷୀୟ ଯୁବକ ଅଧିକ ଚିକେନ ଖାଇବାକୁ ମାଗିଥିଲେ। ଅଧିକ ଚିକେନ ମାଗିବାରୁ ସାଙ୍ଗଙ୍କୁ ମାରିଛି ସାଙ୍ଗ। ମୃତକ ହେଲେ ୩୦ ବର୍ଷୀୟ ବିନୋଦ ମାଲାଶେଟ୍ଟି। ନିକଟରେ ତାଙ୍କ ସାଙ୍ଗ ଅଭିଷେକ କୋପ୍ପାଡ ବିବାହ କରିଥିଲେ। ଏଥିପାଇଁ ରବିବାର ଦିନ ସେ ନିଜର କିଛି ଖାସ ସାଙ୍ଗଙ୍କ ସହ ମିଶି ଭୋଜି କରୁଥିଲେ। ଏହି ଭୋଜି ଅଭିଷେକଙ୍କ ଫାର୍ମ ହାଉସରେ ଆୟୋଜନ ହୋଇଥିଲା । ଭୋଜି ଆରମ୍ଭରୁ ସବୁ ଠିକ ଥିଲା । ସମସ୍ତେ ଖୁସିରେ ଗପସପ କରୁଥିଲେ । କିନ୍ତୁ ଖାଇଲାବେଳେ ଆରମ୍ଭ ହୋଇଥିଲା ଝଗଡ଼ା ।

ଅଭିଷେକ ଓ ବିନୋଦଙ୍କ ଆଉ ଜଣେ ବନ୍ଧୁ ହେଲେ ବିଟଲ ହାରୁଗୋପ୍ପ। ସେ ଭୋଜିରେ ଖାଦ୍ୟ ବାଢୁଥିଲେ । ସେ ବିନୋଦଙ୍କୁ ଚିକେନ ଦେଇଥିଲେ। କିନ୍ତୁ ଚିକେନ ଖଣ୍ଡ ଗୁଡ଼ିକର ଆକାର ଛୋଟ ଥିବା ବିନୋଦ କହି ଆଉ କିଛି ଚିକେନ ଦେବାକୁ କହିଥିଲେ। ଏହାକୁ ନେଇ ବିନୋଦ ଓ ବିଟଲଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ଚାଲିଥିବା ବେଳେ ବିଟଲ ନିଜ ରାଗି ଯାଇ ରୋଷେଇ ଘରକୁ ଯାଇଥିଲେ । ପିଆଜ କଟା ଛୁରୀ ଆଣି ଏକାଧିକ ଥର ବିନୋଦଙ୍କ ଶରୀରରେ ଭୁଷି ଦେଇଥିଲେ । ଅତ୍ୟଧିକ ରକ୍ତସ୍ରାବ ଯୋଗୁ ଘଟଣାସ୍ଥଳରେ ବିନୋଦଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ କରଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking