21.1 C
Bhubaneswar
Sunday, December 28, 2025
Homeଦେଶ ବିଦେଶମାଲଗାଡ଼ି ଟ୍ରେନ ଲାଇନଚ୍ୟୁତ, ନଦୀକୁ ଖସିଲା ଅନେକ ବଗି

ମାଲଗାଡ଼ି ଟ୍ରେନ ଲାଇନଚ୍ୟୁତ, ନଦୀକୁ ଖସିଲା ଅନେକ ବଗି

ନୂଆଦିଲ୍ଲୀ: ବିହାରର ଜମୁଇ ଜିଲ୍ଲାରେ ବଡ଼ଧରଣର ଟ୍ରେନ ଦୁର୍ଘଟଣା ଘଟିଛି । ଟେଲୱା ବଜାର ରେଲଓ୍ବେ ହଲ୍ଟ ନିକଟରେ ଆସନସୋଲରୁ ସିମେଣ୍ଟ ନେଇ ଆସୁଥିବା ଏକ ମାଲଗାଡ଼ି ଓଲଟିପଡିଛି । ଦୁର୍ଘଟଣାରେ ଅନେକ ବଗି ଲାଇନଚ୍ୟୁତ ହୋଇଥିବାବେଳେ କିଛି ନଦୀ ତଳକୁ ଖସିଯାଇଛି । ମାଲଗାଡ଼ି ଲାଇନଚ୍ୟୁତ ହେବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡିନାହିଁ । ଖବର ପାଇବା ପରେ ରେଲୱେର ବରିଷ୍ଠ ଅଧିକାରୀ, ଇଂଜିନିୟରିଂ ବିଭାଗ ଏବଂ ଟ୍ରାକ ମେଣ୍ଟେନାନ୍ସ ଏବଂ ସୁରକ୍ଷା ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଅପ୍ ଲାଇନରୁ ମାଲଗାଡ଼ି ବ୍ରିଜ ନିକଟରେ ପହଞ୍ଚିଥିଲା ବେଳେ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ଦୁର୍ଘଟଣାରେ ୩ଟି ବଗି ନଦୀରେ ଖସିପଡିଥିଲା । ଏହାସହିତ ୬ରୁ ଅଧିକ ବଗି ଲାଇନଚ୍ୟୁତ ହୋଇଛି । ତେବେ ଘଟଣାରେ କେହି ମୃତାହତ ହେବାର ଖବର ଆସିନି। ରେଳ ପ୍ରଶାସନ ତରଫରୁ ଟ୍ରେନ ରୁଟ୍ ବଦଳାଇବା ପାଇଁ ପଦକ୍ଷେପ ନିଆଯାଇଛି । କ୍ରେନ ସହାୟତାରେ ବଗିଗୁଡିକ ଟ୍ରାକରୁ ହଟାଯାଉଛି । ଯୁଦ୍ଧାକଳୀନ ଭିର୍ତ୍ତିରେ କାମ ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking