ଗଞ୍ଜାମ: ୪ ଦିନ ପରେ ଚିଲିକାରୁ ହଟିଲା କଟକଣା । ଲୋକଙ୍କର ଅସୁବିଧାକୁ ଦଷ୍ଟିରେ ରଖି କଟକଣା କୋହଳ କଲା ପ୍ରଶାସନ । କୁହୁଡିକୁ ଦେଖି ଡଙ୍ଗା ଓ ଭସାପୋଲ ଚଳାଚଳକୁ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପବନ ଓ କୁହୁଡି ଥିବାରୁ ଏବେ ବି ସ୍ୱାଭାବିକ ହୋଇନି ଭସାପୋଲ ଚଳାଚଳ । ପୂର୍ବରୁ କୁହୁଡି ପାଇଁ ଚିଲିକାରେ ୧୧ଟା ରେ ଡଙ୍ଗା ଚଳାଇବା ପାଇଁ ନିର୍ଦ୍ଦେଶ ଦେଇଥିଲା ପ୍ରଶାସନ । ଏଥିସହିତ ଲାଇଭ ଜାକେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା ।









