ଡେରାଡୁନ: ହିମାଚଳ ପ୍ରଦେଶ ସରକାର ନିଜ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ କର୍କଟ ରୋଗୀଙ୍କ ପାଇଁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଆଜି କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ କ୍ୟାନସର ରୋଗରେ ପୀଡିତ ରୋଗୀଙ୍କୁ ମାଗଣା ଔଷଧ ଯୋଗାଇ ଦିଆଯିବ ଏବଂ ସେମାନଙ୍କର ଚିକିତ୍ସା ମଧ୍ୟ ବିନା ମୂଲ୍ୟରେ ସମ୍ପୂର୍ଣ୍ଣ ହେବ । କର୍କଟ ଏବଂ ପଲ୍ଲିଏଟିଭ କେୟାର ପ୍ରୋଗ୍ରାମ ଉପରେ ରାଜ୍ୟ ପରାମର୍ଶଦାତା ବୋର୍ଡର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରୁଥିବାବେଳେ ସେ କହିଛନ୍ତି ଯେ, ଦେଶର ଉତ୍ତର-ପୂର୍ବ ରାଜ୍ୟରେ ସର୍ବାଧିକ କର୍କଟ ରୋଗ ହୋଇଛି । କର୍କଟ ରୋଗରେ ହିମାଚଳ ପ୍ରଦେଶ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ଏହା ଏକ ଚିନ୍ତାର ବିଷୟ ଏବଂ ଏହାକୁ ଦୃଷ୍ଟିରେ ରଖି କର୍କଟ ରୋଗୀଙ୍କୁ ଆରାମ ପ୍ରଦାନ ପାଇଁ ଏହି ବୈପ୍ଳବିକ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ସରକାରୀ ଡାକ୍ତରଖାନାରେ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।