ନୂଆଦିଲ୍ଲୀ : ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହେଲେ ମିଳିବ ମାଗଣା ଚିକିତ୍ସା । ଏନେଇ ଏକ ନୂଆ ସ୍କିମ ଘୋଷଣା କରିଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ । କହିଛନ୍ତି ଯଦି ଜାତୀୟ ରାଜପଥରେ ଦୁର୍ଘଟଣାରେ ଆହତ ହେଲେ ଜଣେ ବ୍ୟକ୍ତିଙ୍କୁ ୭ ଦିନ ପଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ । ସର୍ୱାଧିକ ଅଢେଇ ଲକ୍ଷ ଟଙ୍କା ପଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ।ଏଥିପାଇଁ ଦୁର୍ଘଟଣା ଘଟିବାର ୨୪ ଘଂଟା ଭିତରେ ପୋଲିସକୁ ଖବର ଦେବାକୁ ପଡ଼ିବ । ସେହିପରି ଯଦି ଜାତୀୟ ରାଜପଥରେ ହିଟ୍ ଆଣ୍ଡ ରନ୍ ଘଟଣାରେ କାହାରି ମୃତ୍ୟୁ ଘଟେ, ତାହେଲେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳିବ ।