25.1 C
Bhubaneswar
Monday, December 22, 2025
Homeଓଡିଶାସମୁଦ୍ର ଭିତରେ ଦୃଶ୍ୟମାନ ହେଲା ବୁଡିଯାଇଥିବା ଜାହାଜର ଭଗ୍ନାଂଶ

ସମୁଦ୍ର ଭିତରେ ଦୃଶ୍ୟମାନ ହେଲା ବୁଡିଯାଇଥିବା ଜାହାଜର ଭଗ୍ନାଂଶ

କେନ୍ଦ୍ରାପଡା: ବାତ୍ୟା ମୋନ୍ଥା ପରେ ସମୁଦ୍ର ଭିତରେ ଦୃଶ୍ୟମାନ ହେଲା ବୁଡିଯାଇଥିବା ଜାହାଜର ଭଗ୍ନାଂଶ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗହୀରମଥା  ଅଭ୍ୟାରଣ୍ୟର ଏକ କବଳନାଶିଠାରୁ ଏକ କିଲୋମିଟର ଦୂରରେ ଜାହାଜର ଭଗ୍ନାଂଶ ଦେଖିବାକୁ ମିଳିଛି । ବାତ୍ୟା ସମୟରେ ସମୁଦ୍ର ଅଶାନ୍ତ ହେବା ସହିତ  ଉଚ୍ଚ ଜୁଆର ଆସିଥିଲା ।  ଆଜି ଜାହାଜର ଭଗ୍ନାବଶେଷ ଦେଖିବାକୁ ମିଳିଛି ।  ଏହା ଆଲୁମିନିୟମରେ ନିର୍ମାଣ ହୋଇଥିବାରୁ  ଏହି ଜାହାଜ ଇଂରେଜ ଅମଳର ବୋଲି ଅନୁମାନ କରାଯାଉଛି । ତେବେ କେତେ ବର୍ଷ ତଳେ ଏହି ଜାହାଜଟି ଏଠାରେ ବୁଡି ରହିଥିଲା  ତାହା ସ୍ପଷ୍ଟ ହୋଇନାହିଁ । ବାତ୍ୟା ଛାଡିଯିବା ପରେ ସମୁଦ୍ରରେ ଭଟ୍ଟା ପରେ ଏହି ଭଗ୍ନାଂଶ  ଦେଖିବାକୁ ମିଳିଛି । ଜୁଆର ସମୟରେ ଏହା ଦେଖାଯାଉନଥିବାରୁ  ଅନ୍ୟ କୌଣସି ମାଛଧରା ବୋଟ କି ବନ ବିଭାଗ  ପାଟ୍ରୋଲିଂ ବୋର୍ଡ ଦୁର୍ଘଟଣା ହେବାର ଆଶଙ୍କା ରହିଛି । ତେଣୁ  ଜାହାଜର ଭଗ୍ନାଂଶ କୂଳକୁ ଆଣିବାକୁ ଦାବି କରିଛନ୍ତି ଲୋକେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking