22.1 C
Bhubaneswar
Wednesday, March 4, 2026
Homeଓଡିଶାଚତୁର୍ଥ ସିଟ୍ ବିଜେପିକୁ ଯାଇପାରେ: ବାବୁ ସିଂ

ଚତୁର୍ଥ ସିଟ୍ ବିଜେପିକୁ ଯାଇପାରେ: ବାବୁ ସିଂ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ବିଧାୟକ ବାବୁ ସିଂଙ୍କ ବିସ୍ଫୋରକ ବୟାନ । ସେ କହିଛନ୍ତି ଯେ ଗଣିତ ଦୃଷ୍ଟିରୁ ରାଜ୍ୟସଭାର ୨ଟି ସିଟ୍ ବିଜେପିର । ଗୋଟିଏ ସିଟ୍ ପାଇଁ ବିଜେଡି ପାଖରେ ସଂଖ୍ୟା ଅଛି । ଚତୁର୍ଥ ସିଟ୍ ବିଜେପିକୁ ଯାଇପାରେ । ଦରକାର ପଡିଲେ ସବୁ ସିଟ୍ ଯେ ବିଜେପିକୁ ନ ଯିବ ତାହା କହିହବନି । ବିଜେଡି ସୁପ୍ରିମୋ ତାଙ୍କ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରୁଛନ୍ତି । ଦଳର ବିଧାୟକଙ୍କ ଉପରେ ତାଙ୍କର ବିଶ୍ୱାସ ନାହିଁ । ସମ୍ପ୍ରତି ଏହି ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇ କହିଥିଲେ ଯେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ । ହାର୍ ଜିତ୍‌କୁ ଭୟ ନାହିଁ, ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବୁ । ଆବଶ୍ୟକ ସଂଖ୍ୟା ନଥିବା ସତ୍ତ୍ୱେ ୩/୪ ଜଣଙ୍କ ନାଁ ସ୍ଥିର ହୋଇଛି । ଏନେଇ ଦଳ ହାଇକମାଣ୍ଡଙ୍କ ସହ ଆଲୋଚନା କରିବ । ଦଳ ଭିତରୁ କିମ୍ବା ବାହାରୁ ବି କାହାକୁ ଜଣଙ୍କୁ ପ୍ରାର୍ଥୀ କରାଯାଇପାରେ । ଅନ୍ୟପଟେ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ ଚତୁର୍ଥ ଆସନ ଆମେ ଜିତିବୁ । କିଏ ପ୍ରାର୍ଥୀ ହେବ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ । ଜିତିବାର ରଣକୌଶଳ ଆମକୁ ଜଣା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking