18.1 C
Bhubaneswar
Wednesday, February 4, 2026
Homeଓଡିଶାଡିସେମ୍ବର ୧୩ରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ

ଡିସେମ୍ବର ୧୩ରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ

ଭୁବନେଶ୍ୱର:  ଚଳିତ ଡିସେମ୍ବର ମାସ ୧୩ ତାରିଖରେ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହେବ । ଏହି ଲୋକ ଅଦାଲତ ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଜଟଣୀ, ଟାଙ୍ଗୀ, ଚିଲିକା ଓ ବେଗୁନିଆଠାରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ସଲୋମୀ ସାହୁ ସୂଚନା ଦେଇଛନ୍ତି । ଉକ୍ତ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା ଫୌଜଦାରୀ (ସାଲିସ୍‌ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ରାଜସ୍ୱ, ମୋଟର ଯାନ ଦୁର୍ଘଟଣା, ଶ୍ରମ ଓ ନିଯୁକ୍ତି, ବିଦ୍ୟୁତ, ଜଳ ଓ ଟେଲିଫୋନ୍‌ ଦେୟ, ବ୍ୟାଙ୍କ ଋଣ ଅନାଦେୟ, ବୈବାହିକ ବିବାଦ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ଚାକିରି ସମ୍ବନ୍ଧୀୟ (ଦରମା ଓ ଅବସରକାଳୀନ ପ୍ରାପ୍ୟ) ଓ ସମସ୍ତ ପ୍ରକାରର ଦେୱାନି ମାମଲାମାନ ଆପୋଷ ସହମତି ଭାବରେ ସମାଧାନ କରାଯାଇପାରିବ ।

ଲୋକ ଅଦାଲତରେ ମୋକଦ୍ଦମା ଫଇସଲା ପାଇଁ ପକ୍ଷମାନଙ୍କୁ କୌଣସି ଆର୍ଥିକ ଖର୍ଚ୍ଚର ଆବଶ୍ୟକତା ପଡ଼େ ନାହିଁ । ଲୋକ ଅଦାଲତର ରାୟ ଚୂଡ଼ାନ୍ତ ଓ ବୈଧ ଅଟେ । ଯଦି କୌଣସି ବିଚାରାଧିନ ମାମଲା ଲୋକ ଅଦାଲତ ମାଧ୍ୟମରେ ସମାଧାନ ହୁଏ ତେବେ ଆଗରୁ ପୈଠ କରାଯାଇଥିବା କୋର୍ଟ ଫି ମଧ୍ୟ ଫେରସ୍ତ ହୋଇପାରିବ । ଦୀର୍ଘଦିନ ଧରି ଚାଲିଥିବା ମୋକଦ୍ଦମାଗୁଡ଼ିକର ସହଜ ସମାଧାନ, ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ବର୍ତ୍ତିବା ପାଇଁ ଏହି ସୁଯୋଗର ସଦୁପଯୋଗ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ଏଣୁ ଜନସାଧାରଣ ଏହି ଲୋକ ଅଦାଲତର ସାହାଯ୍ୟ ନିଅନ୍ତୁ ଏବଂ ନିଜ ନିଜର ମାମଲାକୁ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପଞ୍ଜିକରଣ କରାଇ ଏହାର ସୁବିଧାସୁଯୋଗ ଆପଣାଇ ନେବାକୁ ନତୁବା ନିକଟସ୍ଥ ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking