ନୂଆଦିଲ୍ଲୀ: ୨୦୨୬ ମସିହା ପାଇଁ ପଦ୍ମ ପୁରସ୍କାର ଘୋଷଣା। ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନ । ଓଡ଼ିଶାର ୪ ଜଣଙ୍କୁ ୨୦୨୬ ମସିହା ପାଇଁ ପଦ୍ମ ପୁରସ୍କାର ମିଳିବ। ଚରଣ ହେମ୍ୱ୍ରମଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର ମିଳିବ । ମହେନ୍ଦ୍ର କୁମାର ମିଶ୍ରଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର ମିଳିବ । ଶରତ କୁମାର ପାତ୍ରଙ୍କୁ କଳା କ୍ଷେତ୍ରରେ ପଦ୍ମଶ୍ରୀ ସମ୍ମାନ ମିଳିବ । ସୀମାଞ୍ଚଳ ପାତ୍ରଙ୍କୁ କଳା କ୍ଷେତ୍ରରେ ପଦ୍ମଶ୍ରୀ ସମ୍ମାନ ମିଳିବ ।










