25.1 C
Bhubaneswar
Monday, December 8, 2025
Homeଓଡିଶାଖୋଲିଲା ହୀରାକୁଦର ଆଉ ୪ଟି ଗେଟ

ଖୋଲିଲା ହୀରାକୁଦର ଆଉ ୪ଟି ଗେଟ

ସମ୍ବଲପୁର:  ଖୋଲିଲା ହୀରାକୁଦର ଆଉ ୪ଟି ଗେଟ । ୨୦ଟି ଗେଟ ଦେଇ ବର୍ଷା ପାଣି ନିଷ୍କାସିତ ହେଉଛି ।  ବାମ ପାର୍ଶ୍ୱରୁ ଓ ଡାହାଣ ପାର୍ଶ୍ୱରୁ ୭ଟି ଗେଟ ଖୋଲା  ହୋଇଛି । ଅନ୍ୟପଟେ  ରାଜ୍ୟରେ  ସମ୍ଭାବନା  ବନ୍ୟା ପରିସ୍ଥିତି । ଏନେଇ ଜଳ ସମ୍ପଦ ମୁଖ୍ୟଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ସୂଚନା ଦେଇଛନ୍ତି । କହିଛନ୍ତି, ଉପରମୁଣ୍ଡରେ  ବର୍ଷା ଯୋଗୁଁ ହୀରାକୁଦରେ ଗେଟ ଖୋଲିବ ।  ହୀରାକୁଦର ଆଉ ୪ଟି ଗେଟ ଖୋଲାଯିବ ।  ମୋଟ ୨୦ଟି ଗେଟ ଦେଇ ଜଳ ନିଷ୍କାସିତ ହେବ । ୩ ଲକ୍ଷ ୬୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେବ । ଆସନ୍ତାକାଲି ମୁଣ୍ଡଳିରେ ୬ ଲକ୍ଷ କ୍ୟୁସେକ  ଜଳ ପ୍ରବାହିତ ହେବ । ସକାଳ ୮ଟାରୁ ଦିନ ୧୧ଟା ମଧ୍ୟରେ   ୬ ଲକ୍ଷ କ୍ୟୁସେକ ଜଳ ବୋହିବ । ଶାଖା ନଦୀଗୁଡିକ ଜଳସ୍ତର ବଢିବ । କିନ୍ତୁ ବନ୍ୟା ସ୍ଥିତି ଦେଖିବାକୁ ମିଳିବ ନାହିଁ । ବର୍ଷା କମିଥିବାରୁ ବନ୍ୟା ସ୍ଥିତି କମିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking