29.1 C
Bhubaneswar
Monday, February 2, 2026
Homeଦେଶ ବିଦେଶବିଷ ପିଇ ୪ ନାବାଳିକା ମୃତ

ବିଷ ପିଇ ୪ ନାବାଳିକା ମୃତ

ବିହାର: ବିଷ ପିଇ ୪ ନାବାଳିକା ମୃତ । ବିହାରର ଔରଙ୍ଗାବାଦ ଜିଲ୍ଲାରେ ଘଟିଛି ଏହି ଅଭାବନୀୟ ଘଟଣା । ଔରଙ୍ଗାବାଦର ଏକ ଗାଁରେ ୫ ଜଣ ଏକାଠି ବିଶ ପିଇଥିଲେ । ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛି । ମୃତାହତଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ବିଷ ପିଇବାର କାରଣ ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ, ଔରଙ୍ଗାବାଦ ଜିଲ୍ଲାର ହସପୁରା ଥାନା ଅଞ୍ଚଳ ଅନ୍ତର୍ଗତ ଆମଝର ସରିଫ ପଞ୍ଚାୟତର ଅଂଶ ସୈଦପୁର ଗାଁରେ ୫ ଜଣ ନାବାଳିକା ଏକାସାଙ୍ଗରେ ବିଷ ପିଇଦେଇଥିଲେ । ଘଟଣାଟି ଗୁରୁବାର ଘଟିଥିଲା କିନ୍ତୁ ଗ୍ରାମବାସୀ ପୋଲିସୁ ଖବର ଦେଇନଥିଲେ । କୌଣସି ପ୍ରକାରେ ଗଣମାଧ୍ୟମ ଖବର ପାଇ ଗତକାଲି ଖବର ପ୍ରକାଶିତ କରିଥିଲେ । ଏହା ପରେ ପୋଲିସ ପ୍ରଶାସନ ତତ୍ପରତା ଦେଖାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତେବେ କେଉଁ କାରଣରୁ ୫ ଜଣ ବିଷ ପିଇଛନ୍ତି ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking