25.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶ୧୦ ବର୍ଷ ଝିଅକୁ ଝୁଣି ଖାଇଗଲେ ୪ ପୁରୁଷ

୧୦ ବର୍ଷ ଝିଅକୁ ଝୁଣି ଖାଇଗଲେ ୪ ପୁରୁଷ

ଉତ୍ତରପ୍ରଦେଶ: ନାବାଳିକାକୁ ଗଣଦୁଷ୍କର୍ମ! ଉତ୍ତର ପ୍ରଦେଶର ସନ୍ଥ କବୀର ନଗରରେ ଜଣେ ୧୦ ବର୍ଷୀୟା ଝିଅକୁ ଟେକିନେଇ 4ଜଣ ଯୁବକ କଲେ ଗଣଦୁଷ୍କର୍ମ। ଅଭିଯୁକ୍ତମାନଙ୍କ ମଧ୍ୟରୁ ତିନି ଜଣ ଥିଲେ ନାବାଳକ। ସୋମବାର ସନ୍ଧ୍ୟାରେ ଜଣେ ମହିଳା ଖଲିଲାବାଦ କୋତୱାଲି ଥାନାରେ ଯାଇ ଏହି ସମ୍ପର୍କରେ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ରବିବାର ସନ୍ଧ୍ୟା ପ୍ରାୟ ୪ଟା ସମୟରେ ତାଙ୍କ ୧୦ ବର୍ଷର ନାବାଳିକା ଝିଅ ନିତ୍ୟକର୍ମ ପାଇଁ ପୋଖରୀକୁ ଯାଇଥିଲା। ସେହି ସମୟରେ ତାଙ୍କୁ ଗାଁର ଚାରି ଜଣ ପୁରୁଷ ଦୁଷ୍କର୍ମ କରିଥିଲେ। କେବଳ ସେତିକି ନୁହେଁ, ଏହି ଘଟଣାର ସେ ଏକ ଭିଡିଓ ମଧ୍ୟ କରିଥିଲେ। ଦୁଷ୍କର୍ମ କରିବା ପରେ ଅଭିଯୁକ୍ତମାନେ ଝିଅଟିକୁ ଛାଡି ଚାଲିଯାଇଥିଲା। ତା’ପରେ ଝିଅଟି କୌଣସି ପ୍ରକାରେ ତାଙ୍କ ଘରକୁ ପହଞ୍ଚିଥିଲା। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅ କାନ୍ଦି କାନ୍ଦି ଘରକୁ ଆସିଥିଲା ଏବଂ ସବୁ କଥା କହିଥିଲା। ମହିଳାଙ୍କ ଅଭିଯୋଗ କ୍ରମେ ପୋଲିସ ଚାରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଗଣଦୁଷ୍କର୍ମ ସମେତ ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରିଛି ଏବଂ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking