21.1 C
Bhubaneswar
Sunday, January 18, 2026
Homeଦେଶ ବିଦେଶବାଂଲାଦେଶରେ ହିନ୍ଦୁ ପରିବାରର ୪ ସଦସ୍ୟଙ୍କୁ ନିର୍ମମ ହତ୍ୟା

ବାଂଲାଦେଶରେ ହିନ୍ଦୁ ପରିବାରର ୪ ସଦସ୍ୟଙ୍କୁ ନିର୍ମମ ହତ୍ୟା

ଢାକା: ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି ବାଂଲାଦେଶରେ ହିନ୍ଦୁଙ୍କ ସ୍ଥିତି। ବାଂଲାଦେଶର ଭେ?ରବ ସହରରୁ ଆସିଛି ଛାତିଥରା ଘଟଣା। ଗୋଟିଏ ହିନ୍ଦୁ ପରିବାରର ୪ ଜଣ ସଦସ୍ୟଙ୍କୁ କରାଯାଇଛି ନିର୍ମମ ହତ୍ୟା। ଏପରିକି ଗର୍ଭବତୀ ମହିଳାଙ୍କ ସହ ତାଙ୍କର ଦୁଇ ଶିଶୁ ବି ପଡି ନାହାନ୍ତି ବାଦ୍‌। ପୋଲିସ ହତ୍ୟା ମାମଲାକୁ ଆତ୍ମହତ୍ୟାର ରୂପ ଦେଇଛି। ବାଂଲାଦେଶର କିଶୋରଗଞ୍ଜ ଜିଲ୍ଲାରେ ହିନ୍ଦୁ ପରିବାରକୁ ନିର୍ମମ ହତ୍ୟା। ୩୨ ବର୍ଷୀୟ ଜନି ବିଶ୍ୱାସ ଏବଂ ତାଙ୍କର ଗର୍ଭବତୀ ପତ୍ନୀ ଓ ଦୁଇ ଶିଶୁଙ୍କୁ କରାଯାଇଛି ହତ୍ୟା। ସେମାନେ ରହୁଥିବା ଆପାର୍ଟମେଣ୍ଟ ଭିତରୁ ପୋଲିସ ମୃତଦେହ ଜବତ କରି ମାମଲା ରୁଜୁ କରିଛି। ପୋଲିସ ଏହି ହତ୍ୟା ମାମଲାକୁ ଆତ୍ମହତ୍ୟା ବୋଲି କହିଛି। ସ୍ଥାନୀୟ ପୋଲିସର କହିବା ଅନୁସାରେ, ଜନ୍ନି ନିଜ ପତ୍ନୀ ଏବଂ ପିଲାଙ୍କୁ ମାରି ନିଜେ ଆତ୍ମହତ୍ୟା କରିଛନ୍ତି। ଏବେ ଘଟଣାର ତଦନ୍ତ ଚାଲିଛି। ପରେ ସବୁ କିଛି ସ୍ପଷ୍ଟ ହେବ।

ଏହି ଘଟଣା ପରେ ପୁରା ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ହିଂସା ମାମଲା ବଢୁଥିବାର ହତ୍ୟା ସନ୍ଦେହ କରାଯାଉଛି। ହେଲେ ପୋଲିସ ସେପେଟ ମାମଲାକୁ ଆତ୍ମହତ୍ୟାର ରୂପ ଦେଇଛି। ଅଧିକାରୀମାନେ ତଦନ୍ତ ଆଶ୍ୱାସନା ଦେଇ ସ୍ଥିତିକୁ ଏକ ପ୍ରକାର ନିୟନ୍ତ୍ରଣରେ ରଖିବାକୁ ଚାହୁଁଚନ୍ତି। ସେପଟେ ବାଂଲାଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଦେଶରେ ଅରାଜକତା ସୃଷ୍ଟି ହୋଇଛି। ମହମ୍ମଦ ୟୁନୁସଙ୍କ ଅନ୍ତରୀମ ସରକାର ଲୋକତନ୍ତ୍ରକୁ ଭିଡତନ୍ତ୍ରରେ ପରିଣିତ କରିଛନ୍ତି। ହାସିନା ସରକାର ଗାଦିଚ୍ୟୁତ ହେବାପରେ ଦେଶରେ ସଂଖ୍ୟାଲଘୁଙ୍କ ସ୍ଥିତି ଖୁବ୍ ଶୋଚନୀୟ ହୋଇଛି। ବାଂଲାଦେଶରେ ଜମାତ-ଇ-ଇସ୍ଲାମୀ ସହ ବହୁ ଚରମପନ୍ଥୀ ସଂଗଠନ ହୋଇଛନ୍ତି ସକ୍ରିୟ। ହିନ୍ଦୁଙ୍କ ମନ୍ଦିର ଏବଂ ଧାର୍ମିକ ସ୍ଥଳରେ ଆକ୍ରମଣ ଘଟଣା ଖୁବ୍ ଚିନ୍ତାଜନକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking