ନବରଙ୍ଗପୁର: ଶ୍ୱାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ହୋଇଛି । ପାଇଖାନା ଟାଙ୍କିରେ କାମ କରିବା ବେଳେ ଶ୍ୱାସ ରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଛି । ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ଲୋକଙ୍କ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶ୍ରମିକଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଛି ା ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ମୃତକଙ୍କ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।