29.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶସଡକ ଦୁର୍ଘଟଣାରେ ୪ ମୃତ

ସଡକ ଦୁର୍ଘଟଣାରେ ୪ ମୃତ

ରାଜସ୍ଥାନ: ବୁଧୁବାର ପ୍ରତ୍ୟୁଷରେ ରାଜସ୍ଥାନର ଜୟପୁର ଅଞ୍ଚଳରେ ଏକ ବଡ ସଡକ ଦୁର୍ଘଟଣା ଘଟିଛି। ଏକ ହାଇୱେରେ ଦ୍ରୁତଗାମୀ ଏସୟୁଭି ତିନୋଟ ବାଇକ୍‌କୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ଚାରି ଜଣ ମୃତ୍ୟୁବରଣ କରିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ପରିବାରର ସଦସ୍ୟ ଖାତୁ ଶ୍ୟାମ ମନ୍ଦିର ଦର୍ଶନ କରି ଘରକୁ ଫେରୁଥିବା ସମୟରେ ରାମପୁରା କଲଭର୍ଟ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଛଅ ଜଣଙ୍କୁ ଚୌମୁନର ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ଜୟପୁରର ସୱାଇ ମାନ ସିଂହ ଡାକ୍ତରଖାନାକୁ ରେଫର କରାଯାଇଥିଲା, ଯେଉଁଠାରେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା।

ମୃତକମାନେ ହେଉଛନ୍ତି ବୀରେନ୍ଦ୍ର ଶ୍ରୀବାସ୍ତବ (୫୫), ସୁନୀଲ ଶ୍ରୀବାସ୍ତବ (୫୦), ଶ୍ୱେତା ଶ୍ରୀବାସ୍ତବ (୨୬) ଏବଂ ଲକି ଶ୍ରୀବାସ୍ତବ (୩୦)। ଆହତମାନେ ଏସଏମଏସ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସମସ୍ତ ପୀଡିତ ଗୋଟିଏ ପରିବାରର ଏବଂ ଉତ୍ତର ପ୍ରଦେଶର ବାରାଣସୀରୁ ଆସିଛନ୍ତି। ସେମାନେ ସମ୍ପ୍ରତି ଜୟପୁରରେ ରହୁଥିଲେ। ଦୁର୍ଘଟଣା ଘଟିବା ସମୟରେ ସମ୍ପୂର୍ଣ୍ଣ ପରିବାର ଖାତୁ ଶ୍ୟାମଜୀଙ୍କୁ ଦର୍ଶନ କରି ଘରକୁ ଫେରୁଥିଲେ। ଦୁର୍ଘଟଣା ପରେ ଏସୟୁଭି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଥିବା ନେଇ ସୂଚନା ମିଳିଛିପୋଲିସ ତାଙ୍କୁ ଖୋଜା ଖୋଜି କରିବା ସହ ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking