21.1 C
Bhubaneswar
Saturday, February 7, 2026
Homeଓଡିଶାବାରହା ଆକ୍ରମଣରେ ୪ ଆହତ: ବନ ବିଭାଗ ଚୁପ

ବାରହା ଆକ୍ରମଣରେ ୪ ଆହତ: ବନ ବିଭାଗ ଚୁପ

ଯାଜପୁର: ମହାଗିରି ଓ ସୁକିନ୍ଦା ଖଣି ଅଂଚଳ ରେ ଜଙ୍ଗଲ ଦିନ ଦିନ ହାର୍ଷ ପାଉଛି ଖଣି ସମ୍ପ୍ରସାରଣ ନମ ରେ ଜଙ୍ଗଲ ସମ୍ପଦ ନଷ୍ଟ କରା ଯାଉଛି ସେହି ପରିମାଣ ରେ ନୂତନ ଜଙ୍ଗଲ ସୁର୍ଷ୍ଟି କରା ଯାଉ ନାହିଁ ଖଣି କର୍ତ୍ତୃପକ୍ଷ ଜଙ୍ଗଲ ସୃଷ୍ଟି କରା ଯାଇଛିବୋଲି ସରକାର ଙ୍କୁ ଦର୍ଶାଉଛି ଛନ୍ତି ବନ ବିଭାଗ ସବୁ ଜାଣି ଚୁପୁ ଜଙ୍ଗଲ ନଷ୍ଟ ହେବା ପରେ ବନ ଜନ୍ତୁ ଗ୍ରାମାମୁଖୀ ହୋଇ ମଣିଷ ପଶୁ ମଧ୍ୟ୍ୟ ରେ ଲଢେଇ ହେଉଛି ବନ ଜନ୍ତୁ ଙ୍କ ଆକ୍ରମଣ ରେ ଧନ ଜୀବନ ହାନି ଘଟୁଛି ଏହା ର ଏଜ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଟମକା ଅଂଚଳରେ ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଫୁଲଝର ଗ୍ରାମରେ ଆଜି ସକାଳେ ଏକ ବାହା ଆକ୍ରମଣରେ ୪ ଜଣ ଲୋକ ଆହତ ହୋଇଛନ୍ତି। ଯେଉଁଥରୁ ଜଣେ ଗୁରୁତର ଅବସ୍ଥାରେ ଅଛନ୍ତି । ସୂଚନା ଅନୁସାରେ, ଘମା ପୂର୍ତ୍ତି (୫୦) ନିଜ ବଗିଚାରେ କାମ କରୁଥିବା ବେଳେ ବାହା ଆକ୍ରମଣ କରିଥିଲା | ତାଙ୍କ ଚିତ୍କାର ଶୁଣି ଆସିଥିବା ଅନ୍ୟ ୪/୫ ଗ୍ରାମବାସୀଙ୍କୁ ମଧ୍ୟ ବାରହା ଆକ୍ରମଣ କରି ଆହତ କରିଥିଲା I ଆହତମାନଙ୍କୁ ଦାନଗଦି ସ୍ବାସ୍ଥ୍ୟକେନ୍ଦ୍ର ହୋଇ ଯାଜପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି I ଘଟଣାର ସୂଚନା ପାଇ ଟମକା ଜଙ୍ଗଲ ବିଭାଗ ଅଧିକାରୀମାନେ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରି | ଏହି ଅଞ୍ଚଳରେ ବିଗତ କିଛି ମାସ ଧରି ବାହା ଓ ହାତୀ ଦେଖାଦେବା ଘଟଣା ବଢ଼ିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ, ଜଙ୍ଗଲ ହ୍ରାସ ଓ ପରିବେଶ ସନ୍ତୁଳନ ଭାଙ୍ଗିବାରୁ ଜଙ୍ଗଲୀ ପଶୁମାନେ ବାସସ୍ଥାନ ହରାଇ ଗାଁ ଅଞ୍ଚ ପଶୁଛନ୍ତି । ସେମାନେ ଜଙ୍ଗଲ ବିଭାଗର ଅବହେଳା ଓ ନିରୀକ୍ଷଣ ଅଭାବକୁ ପରିସ୍ଥିତି ପାଇଁ ଦାୟୀ କରୁଛନ୍ତି । ସ୍ଥାନୀୟ ଲୋକ ଓ ସାମାଜିକ ସଙ୍ଗଠନମାନେ ଦାବି କରିଛନ୍ତି ଯେ ଗ୍ରାମ ପରିସରରେ ପଶୁ ପ୍ରତିରୋଧ ବାଡ଼, ଆଲୋକ ସୁବିଧା ଓ ନିରୀକ୍ଷଣ ବ୍ୟବସ୍ଥା ଶକ୍ତିଶାଳୀ କରିବା ସହ ଆହତମାନଙ୍କୁ ତତ୍କାଳ ଆର୍ଥିକ ସାହାଯ୍ୟ ଯୋଗାଇବା ଦେବା ପାଇଁ ସ୍ଥାନୀୟ ବାସିନ୍ଦା ମାନେ ଦାବି କରିଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking