32.1 C
Bhubaneswar
Sunday, February 15, 2026
Homeଦେଶ ବିଦେଶଚାରି ପିଢିଙ୍କ ସହିତ ମହାକୁମ୍ଭରେ ପହଞ୍ଚି ସଙ୍ଗମରେ ବୁଡ଼ ପକାଇଲେ ଅମ୍ବାନୀ ପରିବାର

ଚାରି ପିଢିଙ୍କ ସହିତ ମହାକୁମ୍ଭରେ ପହଞ୍ଚି ସଙ୍ଗମରେ ବୁଡ଼ ପକାଇଲେ ଅମ୍ବାନୀ ପରିବାର

ପ୍ରୟାଗରାଜ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ନିଜ ପରିବାରର ଚାରି ପିଢିଙ୍କ ସହ କୁମ୍ଭ ନଗରୀରେ ପହଞ୍ଚି ମହାକୁମ୍ଭରେ ସ୍ନାନ କରିଛନ୍ତି। ମା କୋକିଲା ବେନ୍, ଦୁଇ ପୁଅ ଆକାଶ ଓ ଅନନ୍ତ, ଦୁଇ ବୋହୂ ଶ୍ଲୋକା ଓ ରାଧିକାଙ୍କ ସହିତ ମୁକେଶ ଅମ୍ବାନୀଙ୍କ ନାତି ନାତୁଣୀ ପୃଥ୍ବୀ ଓ ବେଦା, ଭଉଣୀ ଦୀପ୍ତି ସାଲଗାଓଁକର ଓ ନୀନା କୋଠାରୀ ମଧ୍ୟ ପ୍ରୟାଗରାଜରେ ପହଞ୍ଚି ମହାକୁମ୍ଭରେ ଏକାଠି ବୁଡ଼ ପକାଇଥିଲେ। ସଙ୍ଗମରେ ବୁଡ଼ ପକାଇବା ପରେ ଅମ୍ବାନୀ ପରିବାର ନିରଞ୍ଜନୀ ଆଖଡ଼ାର ପୀଠାଧୀଶ୍ୱର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାଶାନନ୍ଦଗିରି ଜୀ ମହାରାଜଙ୍କ ଉପସ୍ଥିତିରେ ମା ଗଙ୍ଗାଙ୍କ ପୂଜା ପୂଜାର୍ଚ୍ଚନା କରିଥିଲେ। ତ୍ରିବେଣୀରେ ସ୍ନାନ କରିବା ପରେ ଅମ୍ବାନୀ ପରିବାର ମହାକୁମ୍ଭରେ ନିର୍ମିତ ପରମାର୍ଥ ନିକେତନ ଆଶ୍ରମରେ ପହଞ୍ଚି ସ୍ୱାମୀ ଚିଦାନନ୍ଦ ସରସ୍ବତୀ ମହାରାଜଙ୍କୁ ଭେଟିବା ସହିତ ପରିବାର ପକ୍ଷରୁ ଆଶ୍ରମରେ ସଫେଇ କର୍ମୀ, ନୌକା ଚାଳକ ଏବଂ ତୀର୍ଥଯାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ପରିବାର ସଦସ୍ୟଗଣ ମଧ୍ୟ ତୀର୍ଥଯାତ୍ରୀଙ୍କୁ ଖାଦ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା। ଅମ୍ବାନୀ ପରିବାର ପକ୍ଷରୁ ନୌକା ଚାଳକମାନଙ୍କୁ ସେମାନଙ୍କ ନିଜର ତଥା ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ଲାଇଫ୍ ଜ୍ୟାକେଟ୍ ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଏହାର ତୀର୍ଥଯାତ୍ରୀ ସେବା କାର୍ଯ୍ୟକ୍ରମ ଅଧୀନରେ ପରମାର୍ଥ ନିକେତନ ଆଶ୍ରମ, ଶାରଦା ପୀଠ ମଠ ଟ୍ରଷ୍ଟ ଦ୍ୱାରକା, ଶ୍ରୀ ଶଙ୍କରାଚାର୍ଯ୍ୟ ଉତ୍ସବ ସେବାଳୟ ଫାଉଣ୍ଡେସନ, ନିରଞ୍ଜନୀ ଆଖଡ଼ା ଏବଂ ପ୍ରଭୁ ପ୍ରେମୀ ସଂଘ ଚାରିଟେବୁଲ ଟ୍ରଷ୍ଟ ସମେତ ପ୍ରସିଦ୍ଧ ଆଧ୍ୟାତ୍ମିକ ସଂଗଠନଗୁଡିକ ସହିତ ମିଳିତ ଭାବରେ ମହାକୁମ୍ଭରେ ଅନ୍ନ ସେବା କରାଯାଉଛି। ‘ତୀର୍ଥଯାତ୍ରୀ ସେବା’ ମାଧ୍ୟମରେ ରିଲାଏନ୍ସ ଯାତ୍ରାକୁ ସୁରକ୍ଷିତ, ଆରାମଦାୟକ ଏବଂ ଆଧ୍ୟାତ୍ମିକ ଭାବରେ ସମୃଦ୍ଧ କରିବାକୁ ପ୍ରୟାସ କରୁଛି। ପୁଷ୍ଟିକର ଭୋଜନ, ଆବଶ୍ୟକ ସ୍ୱାସ୍ଥ୍ୟସେବା, ସୁରକ୍ଷିତ ପରିବହନ ଏବଂ ଯୋଗାଯୋଗ ସଂଯୋଗ ପରି ଅନେକ ସେବା ତୀର୍ଥଯାତ୍ରୀଙ୍କୁ ରିଲାଏନ୍ସ ପକ୍ଷରୁ ପ୍ରଦାନ କରାଯାଉଛି। ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ସ୍ୱାସ୍ଥ୍ୟସେବାରେ ପୁରୁଷ ଏବଂ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ, ଓପିଡି ଏବଂ ଦନ୍ତଚିକିତ୍ସା ସେବା ଭଳି ସୁବିଧା ଦିନ ରାତି ଦିନ ରାତି ୨୪ ଘଣ୍ଟା ଉପଲବ୍ଧ କରାଯାଇଛି। ଏହା ବ୍ୟତୀତ ଯାତ୍ରାକୁ ସହଜ, ସୁଗମ ଏବଂ ନିରାପଦ କରିବା ପାଇଁ ଆହୁରି ଅନେକ ଉଦ୍ୟମ ମଧ୍ୟ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking