21.1 C
Bhubaneswar
Wednesday, February 11, 2026
Homeଓଡିଶାଝୁଲନ୍ତା ଅବସ୍ଥାରେ ୪ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ୪ମୃତଦେହ ଉଦ୍ଧାର

ବରଗଡ଼: ଝୁଲନ୍ତା ଅବସ୍ଥାରେ ୪ମୃତଦେହ ଉଦ୍ଧାର। ବରଗଡ଼ରେ ଘଟିଛି ଏଭଳି ଘଟଣା। ବରଗଡ଼ର ଅତାବିରାରେ ଘଟିଥିବା ୨ଟି ଭିନ୍ନ ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଗୋଟିଏ ପଟେ ବୃଦ୍ଧ ଦମ୍ପତି ଜୀବନ ହାରିଥିବା ବେଳେ ଅନ୍ୟପଟେ ପ୍ରେମୀ ଯୁଗଳ ଜୀବନ ହାରିଛନ୍ତି। ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ବେକରେ ଦଉଡ଼ି ଲଗାଇ ବୃଦ୍ଧ ଦମ୍ପତ୍ତି ଜୀବନ ହାରିଛନ୍ତି। ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମ ପଞ୍ଚାୟତର ଗଞ୍ଜିହା ଟିକ୍ରାରେ ଏହି ଅଭାବନୀୟ ଘଟଣା ଘଟିଛି। ଖବର ପାଇ ସଦର ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଦମ୍ପତି ହେଲେ ୭୦ ବର୍ଷୀୟ କିରତି ପଧାନ ଓ ୬୫ ବର୍ଷୀୟା ଶାନ୍ତି ପଧାନ। ଉଭୟ କୌଣସି କାରଣକୁ ନେଇ ମାନସିକ ଚାପରେ ଥିବା ପରିବାର ଲୋକଙ୍କ ତରଫରୁ ସୂଚନା ମିଳିଛି। ଅନ୍ୟପଟେ ବରଗଡ଼ ଜିଲ୍ଲାର ଅତାବିରା ଥାନା ଅନ୍ତର୍ଗତ କୁମେଲସିଂହା ଗ୍ରାମରେ ଏକ ପ୍ରେମୀ ଯୁଗଳଙ୍କ ବେକରେ ରଶି ଲଗାଇ ଜୀବନ ହାରିଥିବା ଖବର ମିଳିଛି। ଘଟଣାଟି ଗୁରୁବାର ଘଟିଥିବା ବେଳେ ଏବେ ଏହା ଚର୍ଚ୍ଚାରେ ରହିଛି।ପୁଲିସର ସୂଚନା ଅନୁସାରେ, କୁମଲେସିଂହ ଶବରପଡ଼ାର ହିମାଂଶୁ ଭୁଏ(୪୧) ଓ ବଗର୍ତ୍ତୀଟିକ୍ରାର ମିନତି(୩୫, ଛଦ୍ମନାମ) ଉଭୟ ବିବାହିତ ଥିଲେ। ଏହା ସତ୍ତ୍ବେ ବି ଉଭୟ ପରସ୍ପରର ପ୍ରେମରେ ପଡ଼ିଥିଲେ। ପରିବାର ଲୋକେ ଏହା ବିଷୟରେ ଜାଣିବା ପରେ ସେଥିରୁ ନିବୃତ୍ତ ରହିବାକୁ କହିଆସୁଥିଲେ। କିନ୍ତୁ ଉଭୟେ କାହା କଥାକୁ ଖାତିର ନକରି ପ୍ରେମ ସମ୍ପର୍କ ରଖିଥିଲେ। ସପ୍ତାହେ ପୂର୍ବରୁ ଉଭୟ ଘର ଛାଡ଼ି ଚାଲିଯାଇଥିବା ବେଳେ ଗୁରୁବାର ସେମାନଙ୍କର ଝୁଲନ୍ତା ମୃତଦେହ ମିଳିଥିଲା। ବଗର୍ତ୍ତୀଟିକ୍ରା ନିକଟ ପୋଟଳ ବାଡ଼ିରେ ଥିବା ଆମ୍ବଗଛରେ ଦୁହେଁ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking