22.1 C
Bhubaneswar
Wednesday, March 4, 2026
Homeଓଡିଶାଲିଙ୍ଗରାନାଳ ଉପରେ ୮ କୋଟି ୫୭ ଲକ୍ଷ ଟଙ୍କା ବ୍ୟୟରେ ସୁଉଚ୍ଚ ସେତୁ ନିର୍ମାଣର...

ଲିଙ୍ଗରାନାଳ ଉପରେ ୮ କୋଟି ୫୭ ଲକ୍ଷ ଟଙ୍କା ବ୍ୟୟରେ ସୁଉଚ୍ଚ ସେତୁ ନିର୍ମାଣର ହେଲା ଶିଳାନ୍ୟାସ

ଅନୁଗୁଳ: ଅନୁଗୁଳ ସହର ନିକଟ ବଣିଆବାହାଳ ଠାରୁ ଟିପିରିସିଂହା ଶିବ ମନ୍ଦିରକୁ ଯିବାକୁ ହେଲେ ଲିଙ୍ଗରାନାଳ ସାଜିଥିଲା ପ୍ରତିବନ୍ଧକ। ଲୋକମାନେ ଯାତାୟତ ପାଇଁ ନାହିଁ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେବେ ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଅନୁଗୁଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ବଳିଷ୍ଠ ଉଦ୍ୟମରେ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ସେତୁବନ୍ଧ ଯୋଜନାରେ ଆଜି ଲିଙ୍ଗରାନାଳ ଉପରେ ପ୍ରାୟ ୮ କୋଟି ୫୭ ଲକ୍ଷ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟରେ ସୁଉଚ୍ଚ ସେତୁ ନିର୍ମାଣ ପାଇଁ ଶୁଭ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଶିଳାନ୍ୟାସ ଉତ୍ସବରେ ଢେଙ୍କାନାଳ ଲୋକସଭାର ମାନ୍ୟବର ସାଂସଦ ରୁଦ୍ର ନାରାୟଣ ପାଣି,ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ଅତିଥିମାନେ ଉପସ୍ଥିତ ରହି ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ଶିଳାନ୍ୟାସ କରିଥିଲେ।ଏହି ସୁଉଚ୍ଚ ସେତୁ ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କରିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡିଶା ସରକାରଙ୍କ ପଞ୍ଚାୟତି ରାଜ,ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ଜନସାଧାରଣ ଧନ୍ଯବାଦ ଓ କୃତଜ୍ଞତା ଜଣାଉଛି।

ଏହି ଉଚ୍ଚ ସେତୁ ଟିପିରିସିଂହା ଠାରୁ ବଣିଆବାହାଳକୁ ସଂଯୋଗ କରି ଅଞ୍ଚଳବାସୀଙ୍କର ବହୁଦିନର ଯାତାୟତ ସମସ୍ୟାକୁ ଦୂର କରିବା ସହିତ ଅଞ୍ଚଳବାସୀଙ୍କୁ ଗମନାଗମନ ସହଜ ସୁବିଧା ହୋଇ ପାରିବ।ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଦିଲୀପ ପ୍ରଧାନ, ବିଜେପି ନେତା ଅନୁଗୁଳର ପୂର୍ବତନ ନଗରପାଳ ଶ୍ରୀ ଭକ୍ତି ପ୍ରସାଦ ଦାସ, ଶିକ୍ଷାବିତ୍ ଶ୍ରୀ ମହେଶ ଧଳ, ବିଜେପି ନେତା ଦୁଃଖବନ୍ଧୁ ସାହୁ, ଶ୍ରୀ ଶେଷଦେବ ସାହୁ, ନୂଆମଉଜା ଗ୍ରାମ ପଞ୍ଚାୟତ ସରପଞ୍ଚ ବିକାଶ ପ୍ରଧାନ,ଅନୁଗୁଳ ପୌରପାଳିକା କାଉନସିଲର ନିରଞ୍ଜନ କର, ସରୀତା ମିଶ୍ର,ବିଜେପି ନେତା ପ୍ରଶାନ୍ତ ପୃଷ୍ଟି, ବିଜେପି ଅନୁଗୁଳ ନଗର ମଣ୍ଡଳର ସଭାପତି ପବନ ମାଣ୍ଡୋଠିଆ,ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଶ୍ରୀ ହରିଶ ଦେହୁରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଉଦଘାଟନୀ ଉତ୍ସବରେ ସାମିଲ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking