27.1 C
Bhubaneswar
Thursday, May 8, 2025
Homeଓଡିଶାମୃତ ସୁଇପରଙ୍କ ଘରୁ ବାହାରିଲା ପୁଳାପୁଳା ଟଙ୍କା

ମୃତ ସୁଇପରଙ୍କ ଘରୁ ବାହାରିଲା ପୁଳାପୁଳା ଟଙ୍କା

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିବା ଡମ୍ବର ଗରଡାଙ୍କ ଶନିବାର ହୃଦଘାତରେ ମୃତ୍ୟୁ ହୋଇଥିଲା । ଗତକାଲି ତାଙ୍କ ଘରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିଛି । ଡମ୍ବରୁ ବାହା ହୋଇ ନଥିବାରୁ ପରିବାର ନଥିଲେ । ମୃତ୍ୟୁ ପରେ ସଂପର୍କୀୟ ଓ ପୋଲିସ ପକ୍ଷରୁ ତାଙ୍କ ଘର ଯାଞ୍ଚ କରାଯିବ ସମୟରେ ଘରର ବିଭିନ୍ନ ସ୍ଥାନରେ ସେ ରଖିଥିବା ପୁଳାପୁଳା ଟଙ୍କା ବାହାରିଥିଲା ।

ଡମ୍ବରୁ ଗରଡା ୩୦ ବର୍ଷ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁଇପର ଭାବେ କାର୍ଯା କରୁଥିଲେ । ଆଉ ତିନି ମାସ ପରେ ସେ ଅବସର ଗ୍ରହଣ କରିଥାନ୍ତେ । କୌଣସି ସମ୍ପର୍କୀୟ ତାଙ୍କ ଘରକୁ ଆସୁନଥିଲେ ବୋଲି ସ୍ଥନୀୟ ଲୋକେ କହିଛନ୍ତି । ନିରାଡମ୍ବର ଜୀବନ ବିତାଉଥିଲେ । ପୂର୍ବରୁ ସାଇକେଲରେ ଡାକ୍ତରଖାନା ଯାଉଥିଲେ । ତେବେ ସାଇକେଲ ଚୋରି ହୋଇଯିବାରୁ ବହୁ ଦିନ ହେଲା ଚାଲିଚାଲି ଡାକ୍ତରଖାନା ଯାଉଥିଲେ । ଗଣତି ହୋଇ ନଥିବାରୁ ଟଙ୍କା ପରିମାଣ ସମ୍ପର୍କରେ କିଛି ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking