28.1 C
Bhubaneswar
Friday, September 20, 2024
Homeଓଡିଶାଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଳାହାଣ୍ଡି : ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଜିଲ୍ଲାର ସଦରମହକୁମା ଭବାନୀପାଟଣାରେ ଭଡ଼ାଘରେ ଘଟିଛି ଏଭଳି ଅଘଟଣ। ମୃତ ଫରେଷ୍ଟର ହେଉଛନ୍ତି ସଞ୍ଜୟ ନାୟକ । ସେ ଫରେଷ୍ଟ ରିସର୍ଚ୍ଚ ୱାଇଙ୍ଗ ଜାରିଙ୍ଗ ଦାୟିତ୍ୱରେ ଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ଜଣା ପଡିନି । ସୂଚନା ଅନୁଯାୟୀ, ଫରେଷ୍ଟର ସଞ୍ଜୟ ନାୟକଙ୍କ ନିଜ ଘର ରାୟଗଡା ହେଇଥିବା ବେଳେ ସେ ଭବାନୀପାଟଣା ଭଡା ଘରେ ରହୁଥିଲେ । ତେବେ ବୁଧବାର ଦିନ ବେଳେ ତାଙ୍କୁ ନିଜ ଭଡା ଘରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ବେକରେ ରଶି ଲାଗିଥିବା ବେଳେ ତାଙ୍କ ପାଦ ଚଟାଣରେ ଲାଗିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ଭବାନୀପାଟଣା ଟାଉନ ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ପୋଲିସ ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking