ଭୁବନେଶ୍ୱର: ଦିଲ୍ଲୀରୁ ଫେରିବା ପରେ ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱ, ରାଜ୍ୟ ପ୍ରଭାରୀଙ୍କ ସହ ଆଲୋଚନା ହୋଇଛି । ଠିକ ସମୟରେ ଟିମ ଗଠନ କରାଯିବ, ରାଜନୀତିରେ କିଛି ବି ଲୁଚାଛପାରେ ହୁଏନି । ମନ୍ତ୍ରିମଣ୍ଡଳ ସଂପ୍ରସାରଣ କି ନୂଆ ଟିମ କିଛି ବି ଲୁଚାଛପାରେ ହେବ ନାହିଁ । ସବୁ କିଛି ଖୋଲା ଖୋଲିରେ ହେବ , କୌଣସି କାଯ୍ୟ ବିଳମ୍ବ ହେଉ ନାହିଁ ।










