19.1 C
Bhubaneswar
Tuesday, December 24, 2024
Homeଦେଶ ବିଦେଶଆମେରିକାର ପୂର୍ବତନ ରାଷ୍ଟ୍ରପତି ହସ୍ପିଟାଲରେ ଭର୍ତ୍ତି

ଆମେରିକାର ପୂର୍ବତନ ରାଷ୍ଟ୍ରପତି ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ଅସୁସ୍ଥ । ସେ ଜ୍ୱରରେ ପୀଡ଼ିତ ହେବା ପରେ ତାଙ୍କୁ ୱାଶିଂଟନର ଜର୍ଜଟାଉନ୍ ୟୁନିଭର୍ସିଟି ମେଡିକାଲରେ ଭର୍ତ୍ତି କରାଯାଇଛି । କ୍ଲିଣ୍ଟନଙ୍କ ଡେପୁଟି ଚିଫ୍ ଅଫ୍ ଷ୍ଟାଫ୍ ଆଞ୍ଜେଲ ୟୁରେନା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି । ୟୁରେନା କହିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଜ୍ୱର ଆସିବା ପରେ ପରୀକ୍ଷା ଏବଂ ନଜରବନ୍ଦୀରେ ରଖିବା ପାଇଁ ଅପରାହ୍ନରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ସୁସ୍ଥ ଏବଂ ସମ୍ପୂର୍ଣ୍ଣ ରୂପେ ଡାକ୍ତରଙ୍କ ହେପାଜତରେ ଅଛନ୍ତି । ସେହିପରି ସୂଚନା ଅନୁଯାଇ , କ୍ଲିଣ୍ଟନଙ୍କୁ ଏହା ପୂର୍ବରୁ ରକ୍ତ ସଂକ୍ରମଣ ଯୋଗୁ ୨୦୨୧ ଅକ୍ଟୋବରରେ ପାଞ୍ଚ ରାତି ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୨୦୦୪ରେ ୫୮ ବର୍ଷ ବୟସରେ ଡାକ୍ତରମାନେ ତାଙ୍କଠାରେ ବ୍ୟାପକ ହୃଦରୋଗର ଲକ୍ଷଣ ପାଇଥିଲେ । ଏହାପରେ ତାଙ୍କର ବାଇପାସ୍ ଅପରେସନ୍ କରାଯାଇଥିଲା । ଛଅ ବର୍ଷ ପରେ ତାଙ୍କର କରୋନାରୀ ଧମନୀରେ ଷ୍ଟେଣ୍ଟ୍ ପ୍ରତ୍ୟାରୋପିତ ହୋଇଥିଲା । ତେବେ ଏପରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଭୟ ତାଙ୍କ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆଣିଥିଲା । ସେ ଶାକାହାରୀ ଖାଦ୍ୟ ଗ୍ରହଣ କରିବା ଆରମ୍ଭ କରିଥିଲେ । ଏହାର ପରିଣାମ ସ୍ୱରୂପ ତାଙ୍କର ଓଜନ କମିଥିଲା ଏବଂ ସ୍ୱାସ୍ଥ୍ୟରେ ମଧ୍ୟ ସୁଧାର ଆସିଥିଲା । ସେବେଠାରୁ ସେ ତାଙ୍କ ପ୍ରୟାସ ବିଷୟରେ ସର୍ବସାଧାରଣରେ କହି ଆସିଛନ୍ତି । ୨୦୨୨ ନଭେମ୍ବରରେ କ୍ଲିଣ୍ଟନଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ଯେବେ ପିଜିଟିଭ୍ ଆସିଥିଲା, ସେହି ସମୟରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ସେ କହିଥିଲେ ଯେ ତାଙ୍କର ଲକ୍ଷଣ ସାମାନ୍ୟ ଥିଲା । ଟୀକାକରଣ ପାଇଁ ସେ କୃତଜ୍ଞତା ଜଣାଇଥିଲେ । ବିଲ୍ କ୍ଲିଣ୍ଟନ୍ ୧୯୯୩ ଜାନୁୟାରୀରୁ ୨୦୦୧ ଜାନୁୟାରୀ ପର୍ଯ୍ୟନ୍ତ ଦୁଇଟି କାର୍ଯ୍ୟକାଳ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ । ନିକଟରେ ସେ ନିର୍ବାଚନ ସମୟରେ ଚିକାଗୋରେ ଡେମୋକ୍ରାଟିକ୍ ନ୍ୟାସନାଲ କନଭେନସନକୁ ସମ୍ବୋଧିତ କରିଥିଲେ । ସୂଚନା ଯେ ବିଲ୍ କ୍ଲିଣ୍ଟନ ୬୩ ବର୍ଷୀୟ ବାରାକ୍ ଓବାମାଙ୍କ ପରେ ଦେଶର ଦ୍ଵିତୀୟ ସର୍ବକନିଷ୍ଠ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking