34.1 C
Bhubaneswar
Tuesday, March 24, 2026
Homeଓଡିଶାପୂର୍ବତନ ଛାତ୍ର ନେତା ହରିଶଙ୍କରଙ୍କ କଂଗ୍ରେସରେ ଯୋଗଦାନ

ପୂର୍ବତନ ଛାତ୍ର ନେତା ହରିଶଙ୍କରଙ୍କ କଂଗ୍ରେସରେ ଯୋଗଦାନ

ଭୁବନେଶ୍ୱର: କଂଗ୍ରେସ ଦଳର ମହାନ ଆଦର୍ଶ, ରାହୁଲ ଗାନ୍ଧୀଙ୍କ ବୈପ୍ଲବିକ ଚିନ୍ତାଧାରା ଓ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଶକ୍ତିଶାଳୀ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଜେଡିର ଟାଣୁଆ ଛାତ୍ରନେତା, ସଂଗଠକ ତଥା ରେଭେନ୍ସା କଲେଜର ପୂର୍ବତନ ଛାତ୍ର ସଭାପତି ହରିଶଙ୍କର ରାଉତ ବିଜେଡି ପରିତ୍ୟାଗ କରି ଆଜି ତାଙ୍କର ସହସ୍ରାଧିକ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବରେ ଯୋଗଦାନ କଲେ । ଏହି ଅବସରରେ କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବ ସମାରୋହରେ ଏଆଇସିସି ସଂଗଠକ ସମ୍ପାଦକ ତଥା ସାଂସଦ କେ ସି ବେଣୁଗୋପାଳ, ଓଡିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରମୁଖ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଶ୍ରୀଯୁକ୍ତ ହରିଶଙ୍କର ଙ୍କୁ କଂଗ୍ରେସ ଦଳକୁ ସ୍ଵାଗତ କରିବା ସହ ସାମିଲ କରିଥିଲେ। ଆଜିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମକୁ ଏଆଇସିସି ଓଡ଼ିଶା ସହ ପ୍ରଭାରୀ ଶାହନୱାଜ ଚୌଧୁରୀ ସଂଯୋଜନା କରିଥିବା ବେଳେ ସାଂସଦ ସପ୍ରଗିରି ଉଲ୍ଲାକ୍କା, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍, ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ୱରୂପ ଦାଶ, ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking