କଟକ: ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘର ପୂର୍ବତନ ସଭାପତି ରଞ୍ଜନ ମଲ୍ଲିକ ଗିରଫ ହୋଇଛନ୍ତି । ଯାଜପୁର ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କଲା ମଧୁପାଟଣା ପୋଲିସ । ରଞ୍ଜନଙ୍କ ନାଁରେ ୨୪ ଲକ୍ଷ ଟଙ୍କା ଆତ୍ମସାତ କରିଥିବାର ଗୁରୁତର ଅଭିଯୋଗ ହୋଇଛି । ମଧୁପାଟଣା ଥାନାରେ ଗୃହରକ୍ଷୀ କର୍ମକର୍ତ୍ତାଙ୍କୁ ଧମକ ଦେବାର ବି ଅଭିଯୋଗ ହୋଇଛି । ସୋସିଆଲ୍ ମିଡିଆରେ ଆତ୍ମାହୁତି ଧମକ ଦେଇ ଚର୍ଚ୍ଚାରେ ଥିଲେ ରଞ୍ଜନ ମଲ୍ଲିକ ।










