ଭୁବନେଶ୍ୱର : ଗତ ନିର୍ବଚନରେ ବିଜେଡିକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି । ଆଉ ବିଜେପି ହାତକୁ ଶାସନ ଭାର ଯାଇଛି । ତେବେ ବିଜେଡିର ପରାଜୟକୁ ନେଇ ପୂର୍ବତନ ବିଧାୟକ ମହୀଧର ରଣା ଏକ ବଡ଼ ବୟାନ ଦେଇଛନ୍ତି ।
ସେ କହିଛନ୍ତି ଯେ ବିଜେଡି ନେତାଙ୍କ ମଧ୍ୟରେ ଆକ୍ରୋଶ ମନୋଭାବ ରହିଲା । କାହା ମଧ୍ୟରେ ସମନ୍ୱୟ ରହିଲା ନାହିଁ । ସାଂଗଠନିକ ଦାୟିତ୍ୱ ଦେବାରେ ବି ଅବହେଳା ରହିଲା । ନିର୍ବାଚନରେ ପଞ୍ଚାୟତ ଓ ବ୍ଲକ ସଭାପତିଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଗଲା ନାହିଁ । ଦାୟିତ୍ୱ ଓ ଗୁରୁତ୍ୱ ଦିଆନଯିବାରୁ ବିଜେଡି ପରାଜୟ ବରଣ କଲା ।
ସେହିପରି ବିଜେପି ତୁଳନାରେ ବିଜେଡିର ଇସ୍ତହାରରେ ବି ଦମ ନଥିଲା । ଇସ୍ତାହାର ଆଖିଦୃଶିଆ ନଥିଲା । ଦଳରେ ଥିବା ଅନେକ ତ୍ରୁଟି ବିଚୁ୍ୟତି ଦଳୀୟ କନ୍ଦଳକୁ ଆହୁରି ବଢ଼ାଇଲା । ଆମ ଆମ ମଧ୍ୟରେ ଟଣା ଓଟରା ବଢ଼ିବାକୁ ଦଳର ପରାଜୟ ହେଲା ବୋଲି ପୂର୍ବତନ ବିଧାୟକ ମହୀଧର ରଣା କହିଛନ୍ତି ।