ଭୁବନେଶ୍ୱର : ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ। ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ। ରାତି ୮ଟା ୫୦ ମିନିଟ୍ ରେ ରାସେଶ୍ୱରୀ।ପାଣିଗ୍ରାହୀଙ୍କ ପରଲୋକ। ପରଲୋକ ନେଇ ପରିବାର ଓ ଡାକ୍ତରଙ୍କ ପକ୍ଷରୁ ସୂଚନା। ୭୯ ବର୍ଷ ବୟସରେ ସମ୍ବଲପୁର ବାସଭବନରେ ପରଲୋକ। ୨୦୧୪ରେ ସମ୍ବଲପୁର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ରାସେଶ୍ୱରୀ ପାଣିଗ୍ରାହୀ ୨୦୧୪ ଓଡ଼ିଶା ବିଧାନ ସଭାକୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ସମ୍ବଲପୁର ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ରାସେଶ୍ୱରୀ ପାଣିଗ୍ରାହୀ ପେଷାରେ ଥିଲେ ଜଣେ ଡାକ୍ତର। ରାଉରକେଲାର ଇସ୍ପାତ ବିଦ୍ୟାଳୟରୁ ମାଟ୍ରିକ ଶିକ୍ଷା ପରେ ସମ୍ବଲପୁରର ଜିଏମ୍ କଲେଜରେ ପାଠ ପଢ଼ିଥିଲେ। ପିଲାବେଳୁ ଜଣେ ଡାକ୍ତର ହେବାର ଇଚ୍ଛା ଥିଲା। ସମ୍ବଲପୁରର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରୁ ଏମ୍ବିବିଏସ୍ ପାଠ ପଢ଼ା ଶେଷ କରି ୧୯୭୨ ମସିହାରେ ରାଜ୍ୟ ସରକାରଙ୍କ ଅଧିନରେ ଜଣେ ଡାକ୍ତର ଭାବରେ ଚାକିରୀରେ ଯୋଗ ଦେଇଥିଲେ। ପ୍ରଥମେ ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବରେ ଚାକିରୀରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ମେଡିକାଲ କଲେଜରେ ଜଣେ ପ୍ରଫେସର ଭାବରେ ଯୋଗ ଦେଇଥିଲେ। ଯେଉଁଠାରେ ସେ ଅବସର ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ୧୯୪୬ ମସିହା ଅକ୍ଟୋବର ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଡାକ୍ତରୀ ପାଠ ପଢ଼ିବା ପରେ ସେ ଗାଇନିଙ୍ଗ ସ୍ପେଶାଲିଷ୍ଟ ଭାବେ ଓଡ଼ିଶାର ବିଭିନ୍ନ ମେଡିକାଲ କଲେଜରେ ଚାକିରି କରିଥିଲେ ଓ ବୁର୍ଲାରେ ଏଚ୍ଓଡି ଭାବେ ଅବସର ଗ୍ରହଣ କରିଥିଲେ।










