29.1 C
Bhubaneswar
Monday, March 30, 2026
Homeଓଡିଶାସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ପୂର୍ବତନ ମନ୍ତ୍ରୀ ଘଡାଇଙ୍କ ନିନ୍ଦା

ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ପୂର୍ବତନ ମନ୍ତ୍ରୀ ଘଡାଇଙ୍କ ନିନ୍ଦା

ଯାଜପୁରରୋଡ଼: କଳିଙ୍ଗର ବରପୁତ୍ର, ଖାରବେଳଙ୍କ ସୁଯୋଗ୍ୟ ଦାୟାଦ, ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ଅଦ୍ୱିତୀୟ ପ୍ରବାଦ ପୁରୁଷ, ବିଜୁ ବାବୁଙ୍କ ପ୍ରତି ଝାଡଖଣ୍ଡର ବିଜେପି ସାଂସଦ ଶ୍ରୀ ନିଶିକାନ୍ତ ଧ୍ରୁବେ ଦେଇଥିବା ଅସମ୍ମାନ ଏବଂ ଅସୂୟା ସୂଚକ ମନ୍ତବ୍ୟକୁ ପୂର୍ବତନ ମନ୍ତ୍ରୀ ତଥା କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଘୋର ନିନ୍ଦା କରିଛନ୍ତି l ଏପରିକି ଏହା ଅତ୍ୟନ୍ତ ଦୁଃଖ ଦାୟକ, ନିନ୍ଦନୀୟ ଏବଂ ଦୁର୍ଭାଗ୍ୟ ଜନକ ବୋଲି ସେ କହିଛନ୍ତି । ଓଡିଆ ଅସ୍ମିତା ପାଇଁ ସଦା ସମର୍ପିତ ବିଜୁ ବାବୁଙ୍କ ପ୍ରତି ହୋଇଥିବା ଅପମାନ ଓଡିଶା ବାସୀଙ୍କ ମନରେ ଆଘାତ ଦେଇଛି l ବିଜୁ ବାବୁ ଭାରତର ସ୍ୱାଧୀନତା ସଂଗ୍ରାମରୁ ଆରମ୍ଭ କରି ଋଷ ଏବଂ ଇଣ୍ଡୋନେସିଆର ସଂଗ୍ରାମରେ ସହଯୋଗ କରି ଦେଶ ବିଦେଶରେ ଅନେକ ଯଶ, କୀର୍ତ୍ତି ଏବଂ ସମ୍ମାନ ଲାଭ କରିଥିଲେ । କାଶ୍ମିରକୁ ପାକିସ୍ତାନ ସେନା କବଳରୁ ରକ୍ଷା କରିବା, ୧୯୬୨ ମସିହାର ଭାରତ-ଚୀନ ଯୁଦ୍ଧ ଏବଂ ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସବୁ ସମୟରେ ସେ ଦେଶର ସୁରକ୍ଷା ପାଇଁ ଆଗେଇ ଆସିଥିଲେ । ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ବିଶ୍ଵ ପ୍ରସିଦ୍ଧ ୟୁନେସ୍କୋ କଳିଙ୍ଗ ପୁରସ୍କାରର ପ୍ରତିଷ୍ଠାତା ବିଜୁବାବୁ କେବଳ ଓଡିଶା ନୁହେଁ ସମଗ୍ର ଦେଶରେ ଜଣେ ଅନନ୍ୟ ଜନ ନାୟକ ଥିଲେ । ବିଜୁ ବାବୁଙ୍କ ଭଳି ଜଣେ ଦେଶପ୍ରେମୀ ମହାନାୟକଙ୍କ ସ୍ଵର୍ଣିମ ଇତିହାସ ବିଷୟରେ ଜାଣି ନଶୁଣି ନିନ୍ଦନୀୟ ଏବଂ ଅପାମନ ସୂଚକ ମନ୍ତବ୍ୟ ଦେଇଥିବା ଶ୍ରୀ ଦୁବେ ଓଡିଶାବାସୀ ତଥା ଦେଶବାସୀଙ୍କ ନିକଟରେ ନିଃସର୍ତ କ୍ଷମାପ୍ରାର୍ଥନା କରିବା ପାଇଁ ଏକ ପ୍ରେସ ବିବୃତ୍ତିରେ ପୂର୍ବତନ ମନ୍ତ୍ରୀ ଘଡ଼ାଇ ଜଣାଇଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking