29.1 C
Bhubaneswar
Monday, March 30, 2026
Homeଓଡିଶାପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ପରଲୋକ

ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ପରଲୋକ

କୋରାପୁଟ : ଲକ୍ଷ୍ମୀପୁର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ପରଲୋକ। ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ମାତ୍ରା ୪୬ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ବିୟୋଗ ପରେ ରାଜନୈତକ ମହଲ‌ରେ ଶୋକର ଛାୟା ଖେଳିଯାଇଛ। ସୂଚନା ମୁତାବିକ, ଲକ୍ଷ୍ମୀପୁର ପୂର୍ବତନ ବିଧାୟ ପୂର୍ଣ୍ଣଚନ୍ଦ୍ର ମାଝୀ ବହୁଦିନ ହେଲା ସେ ଯକୃତ ଜନିତ ରୋଗରେ ପୀଡ଼ିତ ଥିଲେ । ତେଣୁ ଅସୁସ୍ଥତା କାରଣରୁ କିଛି ଦିନ ତଳେ ଭୁବନେଶ୍ଵର ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଗତରାତିରେ ଚିକିତ୍ସାଧୀନ ଅବସ୍ଥାରେ ଶେଷନିଶ୍ବାସ ତ୍ୟାଗ କରିଥିବା ସୂଚନା ମିଳିଛି। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅନନ୍ତରାମ ମାଝୀଙ୍କ ପୁଅ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ବାପାଙ୍କ ବିୟୋଗ ପରେ ୨୦୦୭ ମସିହାରେ ହୋଇଥିବା ଉପନିର୍ବାଚନରେ ପୂର୍ଣ୍ଣଚନ୍ଦ୍ର କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଶେଷ ସମୟରେ ପୂର୍ଣ୍ଣଚନ୍ଦ୍ରଙ୍କ ନିକଟରେ ଭାଇ ଦୀପୁ ମାଝୀ, ଭଉଣୀ ତଥା ବିଜେଡି ନେତ୍ରୀ ଅନୁସୂୟା ମାଝୀ, ପତ୍ନୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ତାଙ୍କ ଅକାଳ ବିୟୋଗରେ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକା, ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ରାୟଗଡ଼ା ବିଧାୟକ ଆପାଲସ୍ବାମୀ କାଡ୍ରାକା, ବରିଷ୍ଠ କଂଗ୍ରେସ ନେତା ଦୁର୍ଗା ପ୍ରସାଦ ପଣ୍ଡା, ଝୁନା ପଣ୍ଡା, ଶଙ୍କର୍ଷଣ ମଙ୍ଗରାଜ, ଅଜିତ ଦାସ, ବିଜେପି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ଅମୀୟ ସ୍ବାଇଁ ଓ ଚନ୍ଦ୍ରକାନ୍ତ ସାମଲ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking