ଯାଜପୁର: ପୂର୍ବତନ ବିଜେଡି ଜିଲ୍ଲାପରିଷଦ ସଦସ୍ୟଙ୍କୁ ଜେଲ । ଜାମିନ ନାମଞ୍ଜୁର କରି ଜେଲ ପଠାଇଲେ କୋର୍ଟ । ରଗଡି ଜେଲକୁ ଗଲେ ନିରଞ୍ଜନ ରାଉତ । ଚଣ୍ଡିଖୋଲ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ମହାବିନାୟକ ମନ୍ଦିର ବିବାହ ଗୁଳିକାଣ୍ଡରେ ସଂପୃକ୍ତ ରହିଥିଲା । ମାମଲାର ମୁଖ୍ୟ ଅଭିଯୁକ୍ତ ଯୋଗୁଁ ଜାମିନ ଖାରଜ ହୋଇଛି । ପୂର୍ବରୁ ମଧ୍ୟ ଜେଲ ଯାଇଥିଲେ ନିରଞ୍ଜନ ରାଉତ ।ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଚଣ୍ଡିଖୋଲ କୋର୍ଟରେ ହାଜର ହୋଇଥିଲେ ।










