30.1 C
Bhubaneswar
Thursday, March 13, 2025
Homeଦେଶ ବିଦେଶଡିପ୍ରେସନରେ ରହି ଜୀବନ ହାରିଲେ ପୂର୍ବତନ କ୍ରିକେଟର; ଖୁଲାସା କଲେ ପତ୍ନୀ

ଡିପ୍ରେସନରେ ରହି ଜୀବନ ହାରିଲେ ପୂର୍ବତନ କ୍ରିକେଟର; ଖୁଲାସା କଲେ ପତ୍ନୀ

ଲଣ୍ଡନ: ଇଂଲଣ୍ଡର ପୂର୍ବତନ କ୍ରିକେଟର ଗ୍ରାହମ ଥୋର୍ପେଙ୍କର ନିଧନ ଘଟିଛି । ଅଗଷ୍ଟ ୫ରେ ୫୫ ବର୍ଷୀୟ ଥୋର୍ପେଙ୍କର ଦେହାନ୍ତ ହୋଇଥିଲା । ଥୋର୍ପେଙ୍କ ମୃତ୍ୟୁ ନେଇ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ ଘୋଷଣା କରିଥିଲା । ହେଲେ ଏବେ ଏକ ବଡ଼ ଖୁଲାସା କରିଛନ୍ତି ଥୋର୍ପେଙ୍କ ପତ୍ନୀ । ଗତ ଦୁଇ ବର୍ଷ ଧରି ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ଡିପ୍ରେସନ ଏବଂ ଗଭୀର ଚିନ୍ତାଗ୍ରସ୍ତ ଥିଲେ ଗ୍ରାହମ ଥୋର୍ପେ । ଦୀର୍ଘ ଦିନ ଧରି ମାନସିକ ଓ ଶାରୀରିକ ଖରାପ ସ୍ୱାସ୍ଥ୍ୟ ସହ ମୁକାବିଲା କରିବା ପରେ ଶେଷରେ ସେ ନିଜ ଜୀବନ ହାରିଥିବା ତାଙ୍କ ପତ୍ନୀ ଅମାଣ୍ଡା ପ୍ରକାଶ କରିଛନ୍ତି । ପୂର୍ବତନ ଇଂଲିଶ କ୍ରିକେଟର ଗ୍ରାହମଙ୍କ ପତ୍ନୀ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଆଥର୍ଟନଙ୍କୁ ଦେଇଥିବା ଏକ ସାକ୍ଷାତକାରେ ପ୍ରକାଶ କରିଛନ୍ତି ଯେ ତାଙ୍କ ସ୍ୱାମୀ ଗ୍ରାହମ ଜୀବନ ହାରିବା ପୂର୍ବରୁ ଦୀର୍ଘ ଦିନରୁ ମାନସିକ ଓ ଶାରୀରିକ ଭାବେ ଦୁର୍ବଳ ହୋଇଯାଇଥିଲେ । ‘ଦ ଟାଇମ୍ସ’କୁ ଥୋର୍ପେଙ୍କ ପତ୍ନୀ କହିଛନ୍ତି ଯେ, ସେ ମୋତେ ଏବଂ ଦୁଇ ଝିଅଙ୍କୁ ବହୁତ ଭଲ ପାଉଥିଲେ । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ସେ ସୁସ୍ଥ ହୋଇପାରିଲେ ନାହିଁ । ସେ ଦିନକୁ ଦିନ ଆହୁରି ଅଧିକ ଅସୁସ୍ଥ ହୋଇଗଲେ ଏବଂ ଅନୁଭବ କଲେ ଯେ ତାଙ୍କ ପାଇଁ ତାଙ୍କ ପରିବାର ହୁଏତ କଷ୍ଟ ପାଉଛି । ସେ ଏହା ଭାବି ଧିରେ ଧିରେ ଡିପ୍ରେସନକୁ ଚାଲିଗଲେ ଏବଂ ଶେଷରେ ନିଜ ଜୀବନ ହାରିଦେଲେ ।

ତାଙ୍କ ପତ୍ନୀଙ୍କ କହିବା ଅନୁସାରେ ଗ୍ରାହମ୍ ଗତ କିଛିବର୍ଷ ଧରି ଅତ୍ୟଧିକ ଉଦାସୀନତା ଏବଂ ଚିନ୍ତାଗ୍ରସ୍ତ ଥିଲେ । ଯାହା ଫଳରେ ସେ ମେ’ ୨୦୨୨ରେ ନିଜ ଜୀବନ ନେବାକୁ ଏକ ଗୁରୁତର ପ୍ରୟାସ କରିଥିଲେ । ଫଳସ୍ୱରୂପ ତାଙ୍କୁ ଦୀର୍ଘ ଦିନ ଧରି ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ରଖିବାକୁ ପଡ଼ିଥିଲା । ସେ ବିଭିନ୍ନ କାରଣରୁ ଗଭୀର ଡିପ୍ରେସନ ଏବଂ ଚିନ୍ତାର ଶିକାର ହେବାକୁ ଲାଗିଲେ, ଯାହା ବେଳକୁ ବେଳ ବହୁତ ଭୟଙ୍କର ହୋଇଗଲା । ତାଙ୍କ ପତ୍ନୀ କହିଛନ୍ତି, “ଆମେ ତାଙ୍କ ପରିବାର ଭାବରେ ତାଙ୍କୁ ଯଥା ସମ୍ଭବ ସାଥ ଦେଲୁ ଏବଂ ଅନେକ ପ୍ରକାର ଚିକିତ୍ସା କରିଥିଲୁ, କିନ୍ତୁ ଦୁର୍ଭାଗ୍ୟବଶତଃ ସେଗୁଡ଼ିକ ମଧ୍ୟରୁ କୌଣସି ଚିକିତ୍ସା କାମ ଦେଇନଥିଲା । ଥୋର୍ପେଙ୍କ ଝିଅ କିଟି କହିଛନ୍ତି, ସେ ଅସୁସ୍ଥ ହୋଇଯିବାର କିଛି ସମୟ ପରେ ସେ ଆଉ ସମାନ ବ୍ୟକ୍ତି ହୋଇ ରହିଲେ ନାହିଁ ଏବଂ ତାଙ୍କୁ ଆଉ କୌଣସି ରାସ୍ତା ଦେଖାଗଲା ନାହିଁ । ସେ ନିଜ ଜୀବନକୁ ଯେତିକି ଭଲ ପାଉଥିଲେ, ଆମକୁ ମଧ୍ୟ ସେତିକି ଭଲ ପାଉଥିଲେ । କିନ୍ତୁ ତାଙ୍କୁ ଆଉ କୌଣସି ରାସ୍ତା ଦେଖା ଗଲାନି । ସେ କିଭଳି ଭାଙ୍ଗି ପଡ଼ିଲେ, ଏହା ଦେଖିବା ହୃଦୟ ବିଦାରକ ଥିଲା । ଆମେ ଖୁସି ଯେ ଏହି ରୋଗ ତାଙ୍କୁ ଗ୍ରାସ କରିବା ପୂର୍ବରୁ ତାଙ୍କ ଜୀବନରେ ଅନେକ ବିଚାରଧାରା ଥିଲା । ମୁଁ ଖୁସି ଯେ ସମସ୍ତେ ତାଙ୍କୁ ଏଭଳି ମନେ ପକାଉଛନ୍ତି । କାରଣ ସେ ଏକ ସଂପୂର୍ଣ୍ଣ ଚରିତ୍ର ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking