19.1 C
Bhubaneswar
Friday, December 19, 2025
Homeଓଡିଶାପୂର୍ବତନ ଆୟକର ମୁଖ୍ୟ କମିଶନର ଗୋପାଳ ପ୍ରସାଦ ନନ୍ଦଙ୍କ ପରଲୋକ

ପୂର୍ବତନ ଆୟକର ମୁଖ୍ୟ କମିଶନର ଗୋପାଳ ପ୍ରସାଦ ନନ୍ଦଙ୍କ ପରଲୋକ

କଟକ: ଓଡ଼ିଶା ଏବଂ ଛତିଶଗଡ଼ର ପୂର୍ବତନ ଆୟକର ମୁଖ୍ୟ କମିଶନର ଗୋପାଳ ପ୍ରସାଦ ନନ୍ଦଙ୍କ ଗତକାଲି କଟକ ନିମସାହିସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ଶ୍ରୀ ନନ୍ଦ ୨୦୦୩ ମସିହାରେ ଅବସର ଗ୍ରହଣ କରି କଟକରେ ଅବସ୍ଥାନ କରୁଥିଲେ । ସେ ଜଣେ ସଚ୍ଚୋଟ, ଦକ୍ଷ ଏବଂ ନୀତିବାନ ଅଧିକାରୀ ଥିଲେ । ଐତିହାସିକ ଏବଂ ପ୍ରନିତତ୍ତ୍ୱ ସାମଗ୍ରୀ ସଂଗ୍ରହ କରିବାରେ ତାଙ୍କର ବିଶେଷ ରୁଚି ଥିଲା । ସେ ୧୯୬୬ ମସିହା ଭାରତୀୟ ରାଜସ୍ୱ ସେବାର ଅଧିକାରୀ ଏବଂ ଦୀର୍ଘ ୩୭ ବର୍ଷର କର୍ମମୟ ଜୀବନରେ ସେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଆଦି ରାଜ୍ୟରେ କାର୍ଯ୍ୟ କରିଛନ୍ତି । କନ୍ଦରପୁର ଏବଂ ସିଦ୍ଧେଶ୍ୱରପୁର ଅଞ୍ଚଳର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ କେଶବ ନନ୍ଦଙ୍କର ସେ ପୁତ୍ର ।

ତାଙ୍କର ସାନଭାଇ ଅରୁଣ ନନ୍ଦ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ମୃତୁ୍ୟ ଖବର ପାଇ ଆୟକର ବିଭାଗର ଅନେକ ଅଧିକାରୀ ତାଙ୍କ ଶେଷଦର୍ଶନ କରିଛନ୍ତି । ଖାନ୍‌ନଗର ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପାଦିତ କରାଯାଇଛି । ଶେଷକୃତ୍ୟରେ ପୂର୍ବତନ ପ୍ରତ୍ୟକ୍ଷ ରାଜସ୍ୱ ବୋର୍ଡର ସଦସ୍ୟ ସେକ୍‌ ନଇମୁଦ୍ଦିନ୍‌, ମୁଖ୍ୟ ଆୟକର କମିଶନର ଶ୍ରୀ ସ୍ୱରାଜ ମହାନ୍ତି, ଚନ୍ଦ୍ରଶେଖର ଦାଶ, ଅଶ୍ୱିନୀ କୁମାର ବେହେରା, କବି ଶରତ ଦାଶ, ଶ୍ରୀ ହର୍ଷ ମହାପାତ୍ର, କିଶୋର ମହାନ୍ତି, ପୂର୍ବତନ ଆରକ୍ଷୀ ମହାନିର୍ଦ୍ଦେଶକ ମନମୋହନ ପ୍ରହରାଜ, ପୂର୍ବତନ ପ୍ରଧାନ ମୁଖ୍ୟ ୍ରଆୟକର କମିଶନର ଏବଂ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କର ପରିବାର ବର୍ଗ ମଧ୍ୟ ଉପସ୍ଥିତ ଥିଲେ । ପୁତ୍ର ଆଡ୍‌ଭୋକେଟ୍‌ ଗୌରବ ନନ୍ଦ ମୁଖାଗ୍ନି ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking