27.1 C
Bhubaneswar
Monday, March 30, 2026
Homeଓଡିଶାମାଲକାନଗିରିରେ ବିସିସିଆଇର ପୂର୍ବତନ କୋଚ

ମାଲକାନଗିରିରେ ବିସିସିଆଇର ପୂର୍ବତନ କୋଚ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦରମହକୁମା ନିକଟସ୍ଥ ପ୍ରଧାନୀଗୁଡ଼ା ଠାରେ ଥିବା ମାଲକାନଗିରି କ୍ରିକେଟ ଏକାଡେମି ଠାରେ ଏକ ଐତିହାସିକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱତନ୍ତ୍ର ତାଲିମ ଶିବିରରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ କୋଚ ତଥା ବୈଷୟିକ ନିର୍ଦେଶକ ଭି ଭେଙ୍କଟ ରାମ ଯୋଗ ଦେଇଥିଲୋ ୧୭ ବର୍ଷରୁ କମ ଜୁନିଅର କ୍ରିକେଟରଙ୍କ ନିମନ୍ତେ ଆୟୋଜିତ ସ୍ୱତନ୍ତ୍ର ତାଲିମ ଶିବିରରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଧ୍ୱନି, ତେନ୍ଦୁଲକର, ବିରାଟ କୋହଲି, ଗମ୍ଭୀର ଭଳି ଖେଳାଳିଙ୍କ ଉଦାହରଣ ଦେଇଥିଲୋ ଖେଳରେ ସଫଳତା ପାଇଁ ଶୃଙ୍ଖଳା ସହିତ କଠିନ ପରିଶ୍ରମ ଓ ନିଷ୍ଠାର ଆବଶ୍ୟକତା ରହିଥିବା ସେ କହିଛନ୍ତି। ସଂଗ୍ରାମ କଲେ ଆଗକୁ ସଫଳତା ଆପଣଙ୍କ ପାଦ ଛୁଇଁବ ବୋଲି ପ୍ରକାଶ କରିଥିଲ। ତିନିଦିନିଆ ଶିବିରରେ ୧୦୦ ରୁ ଊର୍ଦ୍ଧ୍ବ ଖେଳାଳି ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଓସିଏର କୋଚ ପ୍ରୀତମଜିତ ଦାସ ଓ ସୌରଭସାଇଗଲ ଉପସ୍ଥିତ ରହି କ୍ରୀଡାବିତଙ୍କୁ ଉତ୍ସାହିତ କରିଥିଲେ ଏବଂ ତାଲିମ ଦେଇଥିଲେ। ଭାରତୀୟ କ୍ରିକେଟ ଦଳର ପୂର୍ବତନ ମ୍ୟାନେଜର ପପ୍ପୁ ଓରଫ୍ ସତ୍ ବୀର ସିଂ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲ। ଜିଲ୍ଲା କ୍ରିକେଟ ଆସୋସିଏସନ ସଭାପତି ଏମଡି ଫାରୁକ, ସମ୍ପାଦକ ହୃଦାନନ୍ଦ ସାହୁ ସହିତ ମାଲକାନଗିରି କ୍ରିକେଟ ଏକାଡେମି ର କୋଚ୍ ବିଶାଳ ମାଲାକାର ଏବଂ ପିଚ୍ କିଉରେଟର ରାମକୃଷ୍ଣ ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking