କଟକ: ଯାଜପୁର ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଟ୍ରଷ୍ଟ ବୋର୍ଡ ଗଠନ ବିଜ୍ଞପ୍ତି ଆଂଶିକ ରଦ୍ଦ । ଡିଏମଏଫ ଟ୍ରଷ୍ଟ ବୋର୍ଡ ଗଠନ ବିଜ୍ଞପ୍ତିକୁ ଆଂଶିକ ରଦ୍ଦ କଲେ ଓଡ଼ିଶା ହାଇକୋର୍ଟ । ଟ୍ରଷ୍ଟ ବୋର୍ଡରୁ ୩ ସରପଞ୍ଚଙ୍କୁ ବାଦ୍ ଦେଇ ସାନି ବୋର୍ଡ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପିମ୍ପୁଡ଼ିଆ, ହରିପୁର ଓ ଧୂଳିଗଡ଼ ସରପଞ୍ଚଙ୍କ ସଦସ୍ୟତା ରଦ୍ଦ କଲେ ହାଇକୋର୍ଟ । ୪ ସପ୍ତାହ ମଧ୍ୟରେ ନୂଆ ବୋର୍ଡ ଗଠନ ନେଇ ଉନ୍ନୟନ କମିଶନରଙ୍କୁ ନିର୍ଦ୍ଦେଶ । ଅଣ ଖଣି ଅଞ୍ଚଳର ସରପଞ୍ଚଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯାଇପାରିବ ନାହିଁ ।










