ନୟାଗଡ: ଘର ଭିତରୁ ମିଳିଲା ଫରେଷ୍ଟରଙ୍କ ଅଧାପୋଡା ମୃତଦେହ । ନୟାଗଡ ବନାଞ୍ଚଳର ଫରେଷ୍ଟର ଶିଶିର ସାହୁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ସ୍ତ୍ରୀ ମଧ୍ୟ ଗୁରୁତର ଅଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ନୟାଗଡ ସହରର ବାରମାସୀ ଦଣ୍ଡା ସ୍ଥିତ ଏକ ଘରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ତେବେ ନିଆଁ କିପରି ଲାଗିଲା ତାହା ଜଣାପଡିନାହିଁ ।