27.1 C
Bhubaneswar
Tuesday, January 13, 2026
Homeଓଡିଶାସମୁଦ୍ର ମଝିରେ ବନ କର୍ମଚାରୀଙ୍କ ମୃତ୍ୟୁ

ସମୁଦ୍ର ମଝିରେ ବନ କର୍ମଚାରୀଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: ମଝି ସମୁଦ୍ରକୁ ପାଟ୍ରୋଲିଂ ପାଇଁ ଯାଇଥିଲେ। ସେଠାରେ ଅନ୍ୟମାନଙ୍କ ସହ ମିଶି ବେଆଇନ ଭାବେ ମାଛ ମାରୁଥିବା ଏକ ଟ୍ରଲରକୁ ଧରିଥିଲେ। ମାତ୍ର ଏହାପରେ ଛାତିରେ ଯନ୍ତ୍ରଣା ହେଲା ଓ ଟଳିପଡିଲେ ବନକର୍ମଚାରୀ । ଏପରି ଏକ ଘଟଣା ଗତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଧୀନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଘଟିଛି। ମୃତ ବନକର୍ମଚାରୀଜଣକ ହେଲେ ଚଞ୍ଚଳ ମାଇତି । ଚଞ୍ଚଳ ମାଇତି ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ରାଜନଗର ବନ ବିଭାଗ ଅଧୀନରେ ଟ୍ରଲର ଡ୍ରାଇଭର ଭାବେ କାମ କରୁଥିଲେ। ଗତ ରାତିରେ ଅନ୍ୟ କର୍ମଚାରୀଙ୍କ ସହ ସେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ୧୩ କିଲୋମିଟର ସମୁଦ୍ର ମଝିକୁ ଯାଇଥିଲେ। ସେଠାରେ ବନ କର୍ମଚାରୀମାନେ ବେଆଇନ ଭାବେ ମାଛ ମାରୁଥିବା ନାଗେଶ୍ୱର ନାମକ ଟ୍ରଲରକୁ ରାତି ପ୍ରାୟ ୧୨ଟା ବେଳକୁ ଜବତ କରିଥିଲେ। ଏଥିସହ ସେଥିରେ ଥିବା ମସ୍ୟଜୀବୀଙ୍କୁ ବନବିଭାଗ ଧରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking