19.1 C
Bhubaneswar
Tuesday, February 3, 2026
Homeଓଡିଶାଜଙ୍ଗଲ ଅଗ୍ନି ନିୟନ୍ତ୍ରଣ ପ୍ରଶିକ୍ଷଣ ଶିବିର

ଜଙ୍ଗଲ ଅଗ୍ନି ନିୟନ୍ତ୍ରଣ ପ୍ରଶିକ୍ଷଣ ଶିବିର

ମୟୁରଭଞ୍ଜ:  ଆଗକୁ ଆସୁଛି ଗ୍ରୀଷ୍ମ ଋତୁ । ଜଙ୍ଗଲ ମାନଙ୍କରେ ନିଆଁ ଲାଗିବା ସମ୍ଭାବନାକୁ ଦୃଷ୍ଟିରେ ରଖି ଆକସ୍ମିକ ନିଆଁ ନିୟନ୍ତ୍ରଣକୁନେଇ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛି ବନବିଭାଗ । ଏଥିପାଇଁ ନିୟୋଜିତ କର୍ମଚାରୀଙ୍କୁ ତାଲିମ ପାଇଁ ମୋରଡା ସ୍ଥିତ ରାସଗୋବିନ୍ଦପୁର ରେଞ୍ଜ କାର୍ଯ୍ୟାଳୟରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ମୁଖ୍ୟଅତିଥି ଭାବେ ବାରିପଦା ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବିଶ୍ଵାଳ, ସ୍ଥାନୀୟ ଅଗ୍ନିଶମ ଅଧିକାରୀ ଉମାକାନ୍ତ ଦାସ , ରାସଗୋବିନ୍ଦପୁର ପୋଲିସ ଅଧିକାରୀ , ମୋରଡା ସରପଞ୍ଚ ରବି ସିଂ ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ଜଙ୍ଗଲ ଆଖପାଖରେ ଥିବା ମହୁଲ ଗଛରୁ ମହୁଲ ସଂଗ୍ରହ ପାଇଁ ଲୋକମାନେ ଗଛମୂଳରେ ନିଆଁ ଲଗାଇରୁ ନିବୃତ ରହିବା ପାଇଁ ସଚେତନ କରିବା, ନିଆଁ ନିଭାଇବା ସମୟରେ କେହି ଆହତ ହେଲେ କିପରି ଉଦ୍ଧାର କରିବା ଭଳି ବିଭିନ୍ନ ଗୁରୁତ୍ତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ । ଜଙ୍ଗଲ ଭିତରେ ଯଦି କେହି କର୍ମଚାରୀର ଗୋଡ କି ଅଣ୍ଟାରେ ମାଡ ହୋଇ ଚାଲିବାରେ ସମର୍ଥ ନ ହୁଅନ୍ତି କିପରି ସଙ୍ଗେ ସଙ୍ଗେ ଅଣାଯିବ ସେନେଇ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କରାଯାଇଥିଲା । ବାରିପଦା ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବିଶ୍ଵାଳ କହିଛନ୍ତି ଯେ ପ୍ରତ୍ୟେକ ଗାଁରେ ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି କରିବା ସହ ମହୁଲ ଫଳ ସଂଗ୍ରହ କରିବା ପୂର୍ବରୁ ମେସିନ ସାହାଯ୍ୟରେ ଗଛ ମୂଳରୁ ଅପରିଷ୍କାରକୁ ବନବିଭାଗ ସଫା କରିବା ପାଇଁ ପଦକ୍ଷେପ ନିଆଯାଉଛି । ତେବେ ଅଗ୍ନିଶମ ବିଭାଗ ପକ୍ଷରୁ ରେଞ୍ଜର ଘନଶ୍ୟାମ ସିଂ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ବହୁ ସଂଖ୍ୟକ କର୍ମଚାରୀ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking