କନ୍ଧମାଳ: କନ୍ଧମାଳ କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ କମ୍ବିଂ ଅପରେସନ । କମ୍ବିଂ ବେଳେ ମାଓ କ୍ୟାମ୍ପ ଏବଂ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି । ୧୩ଟି ବନ୍ଧୁକ , ବହୁ ୱାକିଟକି, ସୋଲାର ପାନେଲ , ବିଦ୍ୟୁତ ତାର, ମେଡିସିନ ଭଳି ଅନେକ ମାଓ ସାମଗ୍ରୀ ଜବତ ହୋଇଛି ।ବହୁ ହାର୍ଡକୋର ମାଓବାଦୀ ଏହି ଜଙ୍ଗଲରେ ଲୁଚି ରହିଥିବା ସନ୍ଦେହରେ ଏହି ଅପରେସନ କରାଯାଇଛି । ପୁଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଏବଂ ସିଆରପିଏଫ , ବିଏସଏଫ ମିଳିତ ଭାବରେ କମ୍ବିଂ ଅପରେସନ କରିଛନ୍ତି । କନ୍ଧମାଳ କଳାହାଣ୍ଡି ସୀମାନ୍ତବର୍ତ୍ତୀ ଗାଙ୍ଗେଲ ଜଙ୍ଗଲରେ ଏହି ଅପରେସନ ଜାରି ରହିଛି । ଦେଶକୁ ମାଓ ମୁକ୍ତ କରିବା ଉଦ୍ଦେଶ୍ୟରେ ସମୟ ପାଖେଇ ଆସୁଥିବା ବେଳେ ପୋଲିସ ଏବଂ ସୁରକ୍ଷା ବାହିନୀଙ୍କ କମ୍ବିଂ ଅପରେସନ ତୀବ୍ର ହୋଇଛି ।










