19.1 C
Bhubaneswar
Sunday, December 21, 2025
Homeଅପରାଧଦିଲ୍ଲୀରେ ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ

ଦିଲ୍ଲୀରେ ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ: ଭାରତରେ ଲଜ୍ଜା। ଜଣେ ବିଦେଶୀନିଙ୍କୁ ଅସଦାଚରଣ କରିବାର ସପ୍ତାହେ ନପୁରୁଣୁ ଫୁଣିଥରେ ଏ ଅପବାଦ ମୁଣ୍ଡାଇଛି ଭାରତ। ରାଜଧାନୀ ଦିଲ୍ଲୀରେ ଥିବା ଏକ ହୋଟେଲରେ ଜଣେ ଇଂଲଣ୍ଡ ନାଗରିକଙ୍କୁ ତାଙ୍କ ପୁରୁଷ ବନ୍ଧୁ ଦୁଷ୍କର୍ମ କରିଥିବା ଜଣାପଡିଛି। ତେବେ ସବୁଠି ବଡ କଥା ହେଉଛି ଏତିକିରେ ଯୁବତୀଙ୍କ ଦଉଁଖ ସରି ନାହିଁ। ସେ ସାହାଯ୍ୟ ପାଇଁ ଏଲିଭେଟର ଯୋଗେ ତଳକୁ ଯାଉଥିବା ବେଳେ ଅଏଲିଭେଟରରେ ଥିବା ଅନ୍ୟଜଣେ ଯୁବକ ତାଙ୍କ ସହ ଯୌନ ଉତ୍ପିଡନ କରିଥିବା ଜଣାପଡିଛି। ତେବେ ପୋଲିସ ପାଖରେ ଏ ମାମଲା ପହଞ୍ଚିବା ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣା ପଡିଛି। ତେବେ ଏହି ମାମଲା ଦିଲ୍ଲୀର ଦକ୍ଷିଣ-ପଶ୍ଚିମରେ ଥିବା ମହିପାଲପୁର ଅଞ୍ଚଳରେ ଘଟିଛି ବୋଲି ଜଣାପଡିଛି। ତେବେ ପୀଡିତା ଜଣକ ପୋଲିସକୁ ସୂଚନା ଦେଇ କହିଛନ୍ତି ଯେ ସେ ଅଭିଯୁକ୍ତ ଜଣଙ୍କୁ ସାମାଜିକ ଗଣମାଧ୍ୟମ ଯୋଗେ ଜାଣିଥିଲେ। ଏହା ପରେ ଉଭୟ ପ୍ରତିଦିନ ଫୋନ ଯୋଗେ ଉଭୟଙ୍କ ସହ କଥାବାର୍ତ୍ତା ହେଉଥିଲେ। ତେବେ ଶେଷରେ ଯୁବତୀ ଜଣଙ୍କ ଭାରତକୁ ଆସି ଯୁବକଙ୍କ ସହ ଭେଟିବାପାଇଁ ନିଷ୍ପତି ଗ୍ରହଣ କରି ଭାରତରେ ଆସି ପହଞ୍ଚିଥିଲେ। ସେ ବିମାନଯୋଗେ ଭାରତରେ ଓହ୍ଲାଇବା ପରେ ରହିବା ପାଇଁ ମହିପାଲପୁରଠାରେ ଥିବା ଏକ ହୋଟେଲ ବୁକ୍ କରିଥିଲେ। ତେବେ ମହିପାଲପୁର ଇନ୍ଦିରାଗାନ୍ଧୀ ବିମାନ ବନ୍ଧରଠୁ ପାଖରେ ପଡୁଥିବାରୁ ସେ ଏହି ହୋଟେଲ ବୁକ୍ କରିଥିଲେ।

ତେବେ ଗତ ମଙ୍ଗଳବାର ଦିନ ଅଭିଯୁକ୍ତ ଯୁବକ ଜଣଙ୍କ ତାଙ୍କୁ ଭେଟିବାକୁ ସେ ରହୁଥିବା ହୋଟେଲ ରୁମରେ ଆସି ପହଞ୍ଚିଥିଲେ। ତେବେ ତାଙ୍କୁ ଦେଖିବା ପରେ ଯୁବକ ଜଣକ ତାଙ୍କ ସହ ଅନୁଚିତ ବ୍ୟବହାର କରିଥିଲେ। ଯାହକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ଆରମ୍ଭ ହୋଇଯାଇଥିଲା। ପୀଡିତା ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ଜଣଙ୍କ ତାଙ୍କ ସହ ବଳାତ୍କାର କରିଥିଲେ। ବ୍ରିଟିଶ ମହିଳା ଜଣକ ଦାବି କରିଛନ୍ତି ଯେ ସେ ତା’ପରେ ଏକ ଆଲାର୍ମ ବଜାଇ ହୋଟେଲ ରିସେପ୍ସନରେ ପହଞ୍ଚିବାରେ ସଫଳ ହୋଇଥିଲେ। କିନ୍ତୁ, ସେଠାରେ ଥିବା ଅନ୍ୟଜଣେ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବା ବାହାନାରେ ହୋଟେଲ ଲିଫ୍ଟରେ ତାଙ୍କ ସହ ଯୌନ ନିର୍ଯାତନା ଦେଇଥିଲେ।ପୋଲିସ ଏ ମାମଲାରେ ସାମିଲ ଥିବା ଦୁଇ ଯୁବକଙ୍କୁ ଗିରଫ କରିଛି। ପୋଲିସ ଭାରତୀୟ ନ୍ୟାୟ ସଂହିତା ଆଧାରରେ ଉଭୟଙ୍କ ଉପରେ ମାମାଲା ରୁଜୁ କରିଛି। ଜଣଙ୍କ ଉପରେ ଦୁର୍ଷର୍ମ ଅଭିଯୋଗ ଲଗାଇବା ସହ ଏନ୍ୟ ଜଣଙ୍କ ଉପରେ ଯୌନ ଉତ୍ପୀଡନର ମାମଲା ରୁଜୁ କରାୟାଇଛି ବୋଲି ପୋଲିସ ସୂଚନା ପ୍ରଦାନ କରିଛି। ତେବେ ଏନେଇ ବ୍ରିଟିଳ ହାଇକମିଶନରଙ୍କୁ ସୂଚନା ପ୍ରଦାନ କରାଯାଇଛି। ତେବେ ପୋଲିସ ବର୍ତ୍ତମାନ ମଧ୍ୟ ଏହି ମାମଲାର ଛାନଭିନ୍ କରୁଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking