22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶରୁଷରେ ବିଦେଶୀ ସୋସିଆଲ ପ୍ଲାଟଫର୍ମ ନିଷେଧ

ରୁଷରେ ବିଦେଶୀ ସୋସିଆଲ ପ୍ଲାଟଫର୍ମ ନିଷେଧ

ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ସୋସିଆଲ୍ ମିଡିଆ ସମ୍ବନ୍ଧରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁସାରେ ପୁତିନ୍ ଏବଂ ତାଙ୍କ ସରକାର ଏବେ ରୁଷ୍‌ରେ ହ୍ୱାଟସ୍‌ଆପ୍‌, ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ସମେତ ଅନେକ ବିଦେଶୀ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ବ୍ୟାନ୍ କରିଛନ୍ତି। କେବଳ ସେତିକି ନୁହେଁ ଏସବୁ ବ୍ୟତୀତ, ରୁଷରେ ବିବିସି, ଡଚେ ୱେଲେ, ରେଡିଓ ଫ୍ରି ୟୁରୋପ, ରେଡିଓ ଲିବର୍ଟି ଏବଂ ଅଜ୍ଞାତ ଟୋର୍ ବ୍ରାଉଜରଗୁଡ଼ିକୁ ମଧ୍ୟ ବ୍ଲକ କରାଯାଇଛି। ସରକାର ସମସ୍ତ ଇଣ୍ଟରନେଟ୍ ପ୍ରଦାନକାରୀଙ୍କୁ ଜାତୀୟ ଡୋମେନ୍ ନାମ ସିଷ୍ଟମ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଦେଶର “ସାର୍ବଭୌମ ଇଣ୍ଟରନେଟ୍‌” ଆଇନ ଅନୁଯାୟୀ ଏକ ବାଧ୍ୟତାମୂଳକ ଆବଶ୍ୟକତା। ୨୦୨୧ରେ, ରୁଷ୍ ସରକାର ଗୁଗୁଲ୍ ଡିଏନଏସ୍ ସମେତ ଅନ୍ୟାନ୍ୟ ଡିଏନଏସ୍ ସିଷ୍ଟମର ବ୍ୟବହାରକୁ ନିଷିଦ୍ଧ କରିଥିଲେ। ତେବେ ସାମାଜିକ ଗଣମାଧ୍ୟମକୁ ନିଷେଧ କରିବାର ନିଷ୍ପତ୍ତି ଜନସାଧାରଣଙ୍କ ଗୋପନୀୟତାକୁ ସୁରକ୍ଷା ଦେବା ଏବଂ ଅପବ୍ୟବହାର ହୋଇପାରୁଥିବା ବ୍ୟକ୍ତିଗତ ତଥ୍ୟର ଲିକ୍‌କୁ ରୋକିବା ପାଇଁ ନିଆଯାଇଥିବା ରୁଷ୍ ସରକାର ଦର୍ଶାଇଛନ୍ତି। ଅନ୍ୟପକ୍ଷେ ରୁଷ୍ ସରକାର ନିଜ ନାଗରିକମାନଙ୍କୁ ଏକ ସୁରକ୍ଷିତ ତଥା ଘରୋଇ ସୋସିଆଲ ନେଟୱାର୍କିଂ ପ୍ଲାଟଫର୍ମ ଉପଲବ୍ଧ କରାଇବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ରୁଷୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୁତିନ୍ ସରକାର ଏକ ସ୍ଥାନୀୟ ସୋସିଆଲ ନେଟୱାର୍କିଂ ସାଇଟ୍‌ର ପରୀକ୍ଷଣ ସମାପ୍ତ କରିଛନ୍ତି ଏବଂ ଏହାକୁ ଖୁବ୍ ଶୀଘ୍ର ଲଞ୍ଚ କରିବେ। ସରକାର କହିଛନ୍ତି ଯେ ସ୍ଥାନୀୟ ମେସେଜିଂ ଏବଂ ମନୋରଞ୍ଜନ ଆପ୍ ଅଧିକ ସୁରକ୍ଷିତ ଏବଂ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ହେବ। ଏହା ବ୍ୟକ୍ତିଗତ ତଥ୍ୟ ଲିକ୍ ହେବା ରୋକିବ ଏବଂ ଗୋପନୀୟତା ବଜାୟ ରଖିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking