ନୂଆଦିଲ୍ଲୀ : କାର୍ଯ୍ୟସ୍ଥଳରେ ହ୍ୟାଣ୍ଡସେକ ପାଇଁ ବାଧ୍ୟ କରିବା ଏକ ଯୌନ ନିର୍ଯାତନା ଏକ ମାମଲାର ଶୁଣାଣି କରି ଏହା କହିଛନ୍ତି ଚେନ୍ନାଇ ହାଇକୋର୍ଟ । ମହିଳା କର୍ମଚାରୀଙ୍କୁ କରମର୍ଦ୍ଦନ ପାଇଁ ବାଧ୍ୟ କରିବା ଏବଂ ଯେକୌଣସି ଅପ୍ରିୟ ବ୍ୟବହାର ଯୌନ ନିର୍ଯାତନା ବୋଲି ମାଡ୍ରାସ୍ ହାଇକୋର୍ଟ କହିଛନ୍ତି । ପୋସ୍ ଆଇନ ଅନୁଯାୟୀ, ଉତ୍ପୀଡ଼ନର ଶିକାର ହୋଇଥିବା ମହିଳାଙ୍କ ଅନୁଭୂତିକୁ ପୁରୁଷଙ୍କ ଉଦ୍ଦେଶ୍ୟ ଅପେକ୍ଷା ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ ବୋଲି ଜଷ୍ଟିସ୍ ଆର୍. ଏନ୍. ମଞ୍ଜୁଲା କହିଛନ୍ତି ।