ଭୁବନେଶ୍ୱର: ଏଏସଓଙ୍କ ବିରୋଧରେ ସହକର୍ମୀଙ୍କ ଦୁଷ୍କର୍ମ ଅଭିଯୋଗ । ଯୁବତୀଙ୍କ ଅଭିଯୋଗ ପରେ ଜଳସମ୍ପଦ ବିଭାଗର କାର୍ଯ୍ୟରତ ଏଏସଓ ବଳରାମ ଟୁଟୁ ଗିରଫ । ଅଭିଯୁକ୍ତ ଏଏସଓ ଓ ଯୁବତୀ ଉଭୟ ଜଳସମ୍ପଦ ବିଭାଗରେ କାର୍ଯ୍ୟ କରୁଥିଲେ । ବିବାହକୁ ନେଇ ସ୍ବାମୀଙ୍କ ସହ ଝଗଡ଼ା ଯୋଗୁଁ ଯୁବତୀ ଏକାକୀ ରହୁଥିଲେ। ଅଭିଯୁକ୍ତ ବିବାହ କରିବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏପରିକି ବଳପୂର୍ବକ ଦୁଷ୍କର୍ମ କରିଥିଲେ ବୋଲି ଯୁବତୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଗତ ବର୍ଷ ଜୁନ ମାସରେ ଏଭଳି ଦୁଷ୍କର୍ମର ଶିକାର ହୋଇଥିବା ନେଇ ଯୁବତୀ ଥାନାରେ ଗତ ୨୨ ତାରିଖରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।