24.1 C
Bhubaneswar
Monday, March 23, 2026
Homeଓଡିଶାକେଉଁ ଭିଆଇପିଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ଅପେକ୍ଷା କରିବାକୁ ପଡୁଛି: ଭକ୍ତ

କେଉଁ ଭିଆଇପିଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ଅପେକ୍ଷା କରିବାକୁ ପଡୁଛି: ଭକ୍ତ

ଭୁବନେଶ୍ୱର: ଏଥର ରଥଯାତ୍ରାର ଆୟୋଜନ ଅନ୍ୟ ବର୍ଷ ଅପେକ୍ଷା ଅଧିକ ଭଲ ହୋଇଥିଲା ବୋଲି ସରକାର ବାହାସ୍ଫୋଟ ମାରୁଥିଲେ। ତା’ସତ୍ତ୍ୱେ ରଥ ଚାଲିଲା ନାହିଁ। ରାଜ୍ୟ କୋଟିକୋଟି ଜଗନ୍ନାଥ ବିଶ୍ଵାସୀ ଭକ୍ତ ଏହାଦ୍ବାରା ଗଭୀର ଭାବେ ମାନସିକ ଆଘାତ ପାଇଛନ୍ତି। ସବୁକିଛି ଠିକଠାକ୍ ଥିବାବେଳେ କେଉଁ କାରଣ ପାଇଁ ସରକାର ରାଜ୍ୟବାସୀଙ୍କ ଭାବାବେଗ ସହ ଖେଳିଲେ, ସେ ନେଇ ନିଜେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଦାବି କରିଛନ୍ତି। କେଉଁ ଭିଆଇପିଙ୍କ ପାଇଁ ସରକାର ମହାପ୍ରଭୁଙ୍କର ରଥକୁ ଆଗକୁ ନ ନେଇ ଅପେକ୍ଷା କରାଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏକ ପ୍ରେସ ବିବୃତ୍ତିରେ ଶ୍ରୀ ଦାସ କହିଛନ୍ତି, ଏହି ଭୁଲ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ କିମ୍ବା ଗଜପତି ପ୍ରଭୁଙ୍କ ପାଖରେ କ୍ଷମା ମାଗି ଓଡିଶା ବାସୀଙ୍କୁ ଅଧିକ କ୍ଷତିରୁ ରକ୍ଷା କରନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking